ଆତଙ୍କବାଦୀଙ୍କୁ ପାକିସ୍ଥାନ ଯୋଗାଉଛି ପେନ୍‌ସନ୍‌

0

ଭୂବେନେଶ୍ୱର(ରିପୋର୍ଟର୍ସ ଟୁଡେ): ଆର୍ନ୍ତଜାତିକ କଟକଣା ସ୍ୱତ୍ତେ ଦୁର୍ଦାନ୍ତ ଓ କଳା ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ପେନ୍‌ସନ୍‌ ଯୋଗାଇବା ସହ ସେମାନଙ୍କୁ  ସୁରକ୍ଷା ଦେଇଚାଲିଛି ପାକିସ୍ଥାନ । ଜିନିଭାସ୍ଥିତ ଇଣ୍ଡିଆନ୍ ପର୍ମାନେଣ୍ଟ୍ ମିସନ୍ ର ପ୍ରଥମ ସଚିବ ପବନକୁମାର ବାଧେ ଜାତିସଂଘ ମାନବୀୟ ଅଧିକାର ପରିଷଦ୍ର ୪୭ତମ ଅଧିବେଶନରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ପାକିସ୍ଥାନରେ ଚାଲିଥିବା ବେଆଇନ ମୃତ୍ୟଦଣ୍ଡ, ବଳ ପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ବିବାହ ଓ ଧାର୍ମିକ ଅପମାନର ବିଷୟକୁ ସମସ୍ତ ସାମ୍ନାକୁ ଆଣିଥିଲେ । ସେ ଏହି ଅଧିବେଶନରେ ପାକିସ୍ଥାନରେ ଧାର୍ମିକ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଗୁରୁତ୍ୱାରୋପ କରିଥିଲେ । ପାକିସ୍ଥାନରେ ପ୍ରତିବର୍ଷ ଏହି ଭଳି ୧୦୦୦ ଝିଆଙ୍କୁ ଜବରସ୍ତି ଧର୍ମ ପରିବରତ୍ତ୍କରିବାକୁ ବାଧ୍ୟ କରାଯାଉଛି । ଏବଂ ଏହି ଘଟଣାକୁ ସମାଲୋଚନା କରୁଥିବା ସାମ୍ବାଦିକ ମାନଙ୍କୁ ଧମକ ଦିଆଯିବା ସହିତ ସେମାନଙ୍କୁ ଭୟଭିତ କରାଯାଉଥିବା ନେଇ ପବନ କୁମାର ବାଧେ ଏଥିନେଇ ମନ୍ତବ୍ୟ ଦେଇଛନ୍ତି ।