ୟୁକ୍ରେନ୍ କୁ ସାମରିକ ସାମଗ୍ରୀ ଯୋଗାଇବ ପାକିସ୍ତାନ । ଖାଦ୍ୟ ଓ ଆର୍ଥିକ ସଂକଟରେ ଛଟପଟ ହେଉଥିବା ପାକିସ୍ତାନ ୟୁକ୍ରେନକୁ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର ଯୋଗାଇବାକୁ ଘୋଷଣା କରିଛି । ନିଜ ଦେଶର ବିଭିନ୍ନ ବିମାନ ଇଞ୍ଜିନର ଆଧୁନିକୀକରଣ ଲାଗି ଋଷ ନିକଟରେ ପାକିସ୍ତାନ ଅନୁରୋଧ କରିଆସୁଥିବାବେଳେ ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଘୋଷଣା କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚଳିତ ମାସରେ କରାଚୀ ବନ୍ଦରରୁ ଏହି ସରଞ୍ଜାମ ୟୁକ୍ରେନକୁ ପଠାଯିବ । ଏମଭି ବୋକ୍ରାମ ଓ ଏମଭି ଖେର୍ସନ ଜରିଆରେ ଏହି ଯୁଦ୍ଧାସ୍ତ୍ର ପଠାଯିବ ବୋଲି କୁହାଯାଉଛି । ଏହି ଦୁଇଟି ଜାହାଜରେ ଆମେରିକା ଓ ୟୁରୋପୀୟ ପତାକା ଲଗାଯିବ । ପୋଲାଣ୍ଡ ଓ ଜର୍ମାନୀର ବିଭିନ୍ନ ବନ୍ଦର ଦେଇ ଏହି ଯୁଦ୍ଧାସ୍ତ୍ର ୟୁକ୍ରେନ ପଠାଯିବ । ଗତ ଜାନୁଆରୀରେ ବି ୟୁକ୍ରେନକୁ ୧୫୫ ମିମି ଆର୍ଟିଲେରି ଶେଲ, ଗ୪ଇ୨ ପ୍ରପେଲିଂ ବ୍ୟାଗଚାର୍ଜ, ଗ୮୨ ପ୍ରାଇମର ଓ ପିଡିଏମ ଫ୍ୟୁଜ ପଠାଇଥିଲା ବୋଲି ସୂଚନା ମିଳିଛି ।