ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର-କମେଡି ଫିଲ୍ମ ‘ସରଦାର ଜୀ ୩’ ର ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ନେଟିଜେନମାନେ ଏବେ ଦିଲଜିତ ଦୋସାଞ୍ଜଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ପ୍ରକୃତରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି। ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଅନ୍ୟପକ୍ଷରେ, ‘ସରଦାର ଜୀ ୩’ ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ପ୍ରଶଂସକମାନେ ରାଗି ଯାଇ ଏହି ଫିଲ୍ମକୁ ବୟକଟ କରିବାକୁ ଦାବି କରିଛନ୍ତି ।
କହି ରଖୁଛୁ ଯେ ଏକ ପୋଷ୍ଟର ସେୟାର କରି ଷ୍ଟୁଡିଓ ତରଫରୁ କୁହାଯାଇଛି ଯେ, “ଆମେ ଘୋଷଣା କରି ବହୁତ ଖୁସି ଯେ ‘ସର୍ଦ୍ଦାର ଜୀ ୩’ ଜୁନ୍ ୨୭ ରେ ବିଦେଶରେ ରିଲିଜ୍ ହେବ! ତଥାପି, ଭାରତରେ ଏହାର ରିଲିଜ୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆମେ ଆପଣଙ୍କ ଭଲପାଇବା ଏବଂ ଧୈର୍ୟ୍ୟର ପ୍ରଶଂସା କରୁଛୁ, ଏବଂ ଆମେ ଖୁବ୍ ଶୀଘ୍ର ଭାରତରେ ଏହାର ରିଲିଜ୍ ତାରିଖ ସେୟାର କରିବୁ। ଅପଡେଟ୍ ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ ।”
ସେହିପରି ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି ଦିଲଜିତ୍ ଦୋସାଞ୍ଜ ମଧ୍ୟ ଲେଖିଛନ୍ତି ଯେ, ଏହା କେବଳ ବିଦେଶରେ ରିଲିଜ୍ ହେଉଛି । ତେବେ ବିଦେଶରେ କେବଳ ମୁକ୍ତିଲାଭ କରିବା ସତ୍ତ୍ୱେ ମଧ୍ୟ ‘ସର୍ଦ୍ଦାର ଜୀ ୩’ ର ଟ୍ରେଲରକୁ ସୋସିଆଲ ମିଡିଆରେ ଖୁବ୍ ସମାଲୋଚର ସାମ୍ନା କରିବାକୁ ପଡୁଛି । ଜଣେ ପ୍ରଶଂସକ ଲେଖିଛନ୍ତି, “ଦେଶ ପ୍ରଥମେ ଆସେ । ପାକିସ୍ତାନୀ ସହ-କଳାକାରଙ୍କ ସହିତ ଦିଲଜିତଙ୍କୁ ଏତେ ଦେଖି ସମସ୍ତେ ନିରାଶ।” ସେହିପରି ଆଉ ଜଣେ ଲେଖିଛନ୍ତି, “ପହଲଗାମ ପରେ ଦିଲଜିତଙ୍କଠାରୁ ଏହା ଆଶା କରିନଥିଲି । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, “ସର୍ଦ୍ଦାର ଜୀ ୩’ ବୟକଟ୍ କରନ୍ତୁ।” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “କ୍ଷମା କରିବେ ପାଜୀ ଆମେ ଏହି ସିନେମା ଦେଖିବାକୁ ଯାଉନାହୁଁ। ଆମେ ଆମ ଦେଶ ବିରୁଦ୍ଧରେ ଯାଇପାରିବୁ ନାହିଁ।”
ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ‘ସର୍ଦ୍ଦାର ଜୀ ୩’ ଭାରତରେ ମୁକ୍ତିଲାଭ କରିବ ନାହିଁ। ଏହା କେବଳ ବିଦେଶରେ ମୁକ୍ତିଲାଭ କରୁଛି। ‘ସର୍ଦ୍ଦାର ଜୀ ୩’ର ଟ୍ରେଲର ମଧ୍ୟ ଭାରତରେ ୟୁଟ୍ୟୁବରେ ମୁକ୍ତିଲାଭ କରିନାହିଁ। ଭିଡିଓଟିକୁ ପ୍ଲେ କରିବା ବେଳକୁ ୟୁଟ୍ୟୁବରେ ଏକ ମେସେଜ ଆସୁଛି । ଯେଉଁଥିରେ ଲେଖାଯାଇଛି ଯେ, ଏହା ଭାରତରେ ଦେଖାଯିବ ନାହିଁ।