ନୂଆଦିଲ୍ଲୀ: ୧୫ ଦିନ ପରେ ଭାରତ ନେଲା ବଦଲା । ରାତି ପାହିଲା ବେଳକୁ ଧୂଆଁ ମୟ ହୋଇଥିଲା ପାକିସ୍ତାନ । ୧୫ ଦିନ ହେବ ପ୍ରତିଶୋଧ ନିଆଁରେ ଜଳୁଥିଲା ଭାରତ । ମାତ୍ର ୨୫ ମିନିଟ ଭିତରେ କରିଦେଲା ପାକିସ୍ତାନର ୯ ଅଞ୍ଚଳ ସଫା । ଏହି ୨୫ ମିନିଟରେ ମାଡ କରିଥିଲା ୨୬ ମିଶାଇଲ । ଯାହାର ନାମ ଥିଲା ‘ଅପରେସନ ସିନ୍ଦୂର’ । ଏହା ଭାରତୀୟ ବାୟୁ ସେନାର ବଡ ଧରଣର ଆକ୍ରମଣ ଥିଲା । ଯେଉଁ ଥିରେ ଧ୍ୱଂସ ହୋଇଯାଇଛି ଆତଙ୍କି ମାନଙ୍କର ଆଡାସ୍ଥଳି । ଏହା ପରେ ଅନେକ ଅତଙ୍କି ସଫା ହୋଇଯାଇଥିବା କୁହାଯାଉଛି । ଏହାପରେ ଏବେ ପାକିସ୍ତାନ ଗଣମାଧ୍ୟମରେ ପଡିଛି କାନ୍ଦ ବୋବାଳି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ଗଣମାଧ୍ୟମ ଉପସ୍ଥାପିକା ବା ଆଙ୍କର ଏହି ଖବର ପରିବେଶଣ କରୁଥିବା ବେଳେ କାନ୍ଦି କାନ୍ଦି ଖବର ପଢ଼ୁଛନ୍ତି । ସେଥିରେ ସେ କହୁଛନ୍ତି ‘ଯାହା ହେଲେ ଠିକ୍ ହେଲାନି । ଏମିତି ହେବାର ନଥିଲା । ଏଥିରେ ଅନେକ ଜୀବନ ଚାଲିଯାଇଛି । ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କର ଆଲ୍ଲାଙ୍କ ସହ ଭେଟ ହେବ । ସେମାନେ ନିଶ୍ଚିତ ଆଲ୍ଲାଙ୍କୁ କହିବେ, ଏଠି ଆମେ କେମିତି ରହୁଛୁ । ଆମ ସହ କିଭଳି ପରିସ୍ଥିତି ଉପୁଜିଛି ।’ ତାଙ୍କର ଏହି ଭିଡିଓକୁ ନେଇ ଏବେ ଟ୍ରୋଲ କରୁଛନ୍ତି ୟୁଜର…
ଏପଟେ ଏହି ଭଡିଓକୁ ସମାଜବାଦୀ ପାର୍ଟି ନେତା ଆଇପି ସିଂହ କଡ଼ା ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ, ଭାରତ ଆତଙ୍କବାଦର ସମସ୍ତ ଚିହ୍ନ ବର୍ଣ୍ଣ ହଜାଇ ଦେବ। ତୁମ ଲୋକମାନଙ୍କୁ ଆହୁରି କାନ୍ଦିବାକୁ ପଡିବ। ସିନ୍ଦୁର ପୋଛିଥିବା ଲୋକଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡ଼ିବ। ଭାରତ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବ। ପରେ ଜୟ ହିନ୍ଦ ବୋଲି ନିଜ ଟ୍ବିଟରେ ଲେଖିଛନ୍ତି।