ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ‘ଭାରତ’ ଲୋଖାଯାଇଥିଲା । ସେଥିପାଇଁ ‘ଇଣ୍ଡିଆ ଓ ଭାରତ’ ନାଁକୁ ନେଇ ଏବେ ନେଇ ପୁରା ଦେଶରେ ଚର୍ଚ୍ଚା ହେଉଛି । କେବଳ ଦେଶ ନୁହେଁ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ହେଉଛି । ପାକିସ୍ତାନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ , ମୋଦୀ ସରକାର ଇଣ୍ଡିଆର ନାଁ ବଦଳାଇ ଭାରତ ରଖିପାରନ୍ତି ।
ଯଦି ଇଣ୍ଡିଆର ନାଁ ଭାରତ ବଦଳି ଯାଏ ତେବେ ତୁର୍କୀ ପରେ ଦ୍ୱିତୀୟ ଦେଶ ଭାରତ ହେବ ।ଏହା ପ୍ରଥମଥର ନୁହେଁ ଯେତେବେଳେ ଭାରତରେ ଇଣ୍ଡିଆ ନାଁ ବଦଳାଇବାକୁ ନେଇ ବିବାଦ ହୋଇଥିଲା । ବ୍ରିଟିଶ ଶାସନ କାଳରେ ଇଣ୍ଡିଆ ଶବ୍ଦକୁ ଚୟନ କରାଯାଇଥିଲା । ଇଣ୍ଡିଆ ଶବ୍ଦଟି ଏକ୍ ଗ୍ରୀକ୍ ଶବ୍ଦ । ଯାହାକୁ ନେଇ ପୂର୍ବରୁ ମଧ୍ୟ ଅନେକଥର ବିବାଦ ଦେଖାଦେଇଛି ।