ଦ୍ଵିତୀୟ ବାର୍ଷିକ ଉତ୍କଳ ପାଲା ମହୋତ୍ସବ ଉଦଘାଟିତ

0

(ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ପ୍ରେସ କନଭେନସନ୍ ଠାରେ ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ କେନ୍ଦ୍ର ଏବଂ ଅର୍କମଣ୍ଡଳ ପାଲା ଗାୟକ ପରିଷଦ ମିଳିତ ଆନୁକୁଲ୍ୟରେ ଦ୍ଵିତୀୟ ବାର୍ଷିକ ଉତ୍କଳ ପାଲା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଗାୟକ ମଙ୍ଗରିଜ ବିଶ୍ଵାଳଙ୍କ ସଭାପତିତ୍ବରେ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସ, ଗାୟକ ରତ୍ନ ବିଶ୍ଵନାଥ ସାହୁ, ଗାୟକ ପୁରୁଷୋତ୍ତମ ପୃଷେଟ ଓ ପଶ୍ଚିମ ଓଡ଼ିଶା ପାଲାକଳାକାର ସଂସ୍ଥାର ଉପଦେଷ୍ଠା ପ୍ରତାପ କୁମାର ବେଦି ଆଦି ପ୍ରମୁଖ ଯୋଗଦେଇଥିଲେ । ଉକ୍ତଳରେ ପାଲା ସଂସ୍କୃତିର ମହାନତା ଅଭିମୁଖେ ଓ ସମାଜ ସଂସ୍କାର ରେ ଭୂମିକା ଉପରେ ଆଲୋକପାତ କରିଥିଲେ।