ଶେଷ ହୋଇଛି ଧାଡ଼ି ପହଣ୍ଡି, ଗଜପତିଙ୍କୁ ଅପେକ୍ଷା

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ । ଭାଇ ଭଉଣୀଙ୍କୁ ଧରି ସାଙ୍ଗରେ ମାଉସୀ ମା ଘରକୁ ଯିବେ କାଳିଆ ଠାକୁର । ତେଣୁ କରି ଆଜି ସକାଳୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶେଷ ହୋଇଛି ଧାଡ଼ି ପହଣ୍ଡି। ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ମଦନମୋହନ ବିଜେ କରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହାକୁ ନେଇ ଗଜପତିଙ୍କ ରାଜଉଆସରେ ପାଲିଙ୍କି ପ୍ରସ୍ତୁତ ହୋଇ ରହିଛି। ତେବେ କେବଳ ଅପେକ୍ଷା ଗଜପତିଙ୍କୁ। କାରଣ ସେ ହେଉଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ । ନିର୍ଘଣ୍ଟ ସମୟାନୁଯାୟୀ ୧୨ଟା ୩୦ମିନିଟ୍‌ରେ ମଦନମୋହନ ବିଜେ କରିବେ। ଏହାପରେ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ।