ସ୍ୱାମୀଙ୍କ ଠାରୁ ଅଲଗା ହେବେ ଅଭିନେତ୍ରୀ ପାମେଲା ଆଣ୍ଡରସନ
ସିଙ୍ଗଲ୍ ହେବେ ହଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ପାମେଲା ଆଣ୍ଡରସନ ।
(ମୁମ୍ବାଇ) : ସିଙ୍ଗଲ୍ ହେବେ ହଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ପାମେଲା ଆଣ୍ଡରସନ । ୨୦୨୦ ମସିହା ପାମେଲା ନିଜ ବଡିଗାର୍ଡ ଡ୍ୟାନ ହେହର୍ଷ୍ଟଙ୍କୁ ବିବାହ କରିଥିଲେ। ଏବେ ଏହା ଶେଷ ହେବାକୁ ଯାଉଥିବା ସୂଚନା ମିଳିଛି । ପାଲେମା ନିଜ ଦେଶ କାନାଡାରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।
ସୂଚନାନୁଯାୟୀ , କରୋନା ଲକ୍ଡାଉନ୍ ସମୟରେ ପାମେଲା ନିଜ ବଡିଗାର୍ଡଙ୍କ ପ୍ରେମରେ ପଡ଼ିଥିଲେ। ଏହାପରେ ୨୦୨୦ ଖ୍ରୀଷ୍ଟମାସରେ ସେ ନିଜ ଜେଜବାପାଙ୍କ ଖାନଦାନୀ ମହଲରେ ହେହର୍ଷ୍ଟଙ୍କ ସହ ମିଙ୍ଗଲ ହୋଇଥିଲେ। ଉକ୍ତ ମହଲରେ ପାମେଲାଙ୍କ ପିତାମାତା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିଜ ବିବାହ ଓ ବିଚ୍ଛେଦକୁ ନେଇ ପାମେଲା ଖୁବ୍ ଚର୍ଚ୍ଚାରେ ରହି ଆସୁଛନ୍ତି। ପାମେଲା ୧୯୯୫ ମସିହାରେ ମ୍ୟୁଜିସିଆନ ଟମି ଲିଙ୍କୁ ବିବାହ କରିଥିଲେ। ମାତ୍ର ୪ ଦିନର ଜଣାଶୁଣା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟଙ୍କର ୨ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ୧୯୯୮ ମସିହାରେ ଉଭୟ ଅଲଗା ହୋଇଗଲେ। ଉକ୍ତ ବର୍ଷ ପାମେଲା ମରକ୍ୟୁସ୍ ସ୍କେନେବର୍ଗ ନାମକ ବ୍ୟକ୍ତିଙ୍କ ସହ ବିବାହ କଲେ। ୨୦୦୧ ମସିହାରେ ଉଭୟଙ୍କର ବ୍ରେକଅପ୍ ହୋଇଗଲା।