ପାମ୍ପଡ଼ ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ..

0

(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର: ଖାଦ୍ୟ ଖାଇବା ସମୟରେ ଯଦି ଡ଼ିସ ସାଙ୍ଗକୁ ପାମ୍ପଡ଼ ରହିଥାଏ ତେବେ ମଜା ଆସିଯାଇଥାଏ । ଆପଣ କ’ଣ ଜାଣନ୍ତି କି ?,ପାମ୍ପଡ଼ର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହା ଖାଇବା ଦ୍ୱାରା କଣ ହୋଇଥାଏ ସମସ୍ୟା :-

୧. ପାଂପଡ ଖାଇଲେ ମୋଟାପା ବା ମେଦ ବହୁଳତା ବୃଦ୍ଧି ପାଇଥାଏ। କାରଣ ଏଥିରେ ଦୁଇଟି ରୁଟିରେ ଥିବା କ୍ୟାଲୋରି ଥାଏ। ଯଦି ଆପଣ ନିଜର ଓଜନ କମ୍‌ ରଖିବାକୁ ଚାହାଁନ୍ତି ,ତେବେ ପାଂପଡ ସେବନରୁ ନିବୃତ୍ତ ରୁହନ୍ତୁ।

୨. ଲୋକେ ପାମ୍ପଡ଼କୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦ୍‌ରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।

୩.ପାମ୍ପଡ଼ର ପ୍ରସ୍ତୁତି ପ୍ରଣାଳୀ ଚିନ୍ତାର ବିଷୟ ହୋଇଥାଏ। ଏହାକୁ ଖରାରେ ଖୋଲା ସ୍ଥାନରେ ଶୁଖାଯାଇଥାଏ। ବାୟୁ ପ୍ରଦୂଷଣ ହେତୁ ପାଂପଡର ସ୍ଥିତି ଭଲ ରୁହେ ନାହିଁ। ଏହା ସେବନ କଲେ ପେଟ ଖରାପ ହେବାର ଆଶଙ୍କା ବଢ଼ିଥାଏ।

୪.ବଜାରରେ ଉପଲବ୍ଧ ବିଭିନ୍ନ ପାମ୍ପଡ଼ରେ ନାନା ରକମର ମସଲା ମିଶିଯାଇଥାଏ। ଏହା ସେବନ କରିଲେ ଏସିଡିଟିର ସମସ୍ୟା ମଧ୍ୟ ଉପୁଜିଥାଏ ।
ପାଂପଡ଼କୁ ସ୍ୱାଦିଷ୍ଟ ବନାଇବା ଲାଗି ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ମିଶାଯାଇଥାଏ। ଯାହାର କୁପରିଣାମ ସ୍ୱାସ୍ଥ୍ୟ
ଉପରେ ପଡ଼ିଥାଏ