ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗ ଭୋଟ ଗଣତିକୁ ନେଇ ଆଣିବାକୁ ଯାଉଛି ନୂଆ ନିୟମ । ଏହି ନିୟମ ଲାଗି ହେଲେ ଆଉ ବୁଥରେ ହେବ ନାହିଁ ପଞ୍ଚ।।ୟତ ନିର୍ବାଚନର ଭୋଟ ଗଣତି । ବ୍ଲକରେ ଗଣତି ହେବ । ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ପରେ ଭୋଟ୍ ବାକ୍ସ ସିଲ କରି ବ୍ଲକରେ ରହିବ। ସବୁ ପର୍ୟ୍ୟାୟର ମତଦାନ ସରିଲେ ଗଣତି ବ୍ଲକରେ ହିଁ ଆରମ୍ଭ ହେବ । ଲାନଇ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ।
ଓଡ଼ିଶା ଗ୍ରାମ ପଞ୍ଚାୟତ ଇଲେକସନ ସଂଶୋଧନ ରୁଲ ୨୦୨୧ ଅନୁସାରେ ମତଦାନା ଦିନ ହେବ ନାହିଁ ଗଣତି । ଭୋଟଦାନ କେନ୍ଦ୍ରରେ ଭୋଟ ଦାନ ସରିଲେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍ ହେବ । ସିଲ ବକ୍ସକୁ ଇଲେକସନ ଅଫିସରଙ୍କ ପାଖକୁ ପଠାଯିବ। ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ ଗଣତି ଆରମ୍ଭ ହେବ । ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ହେବ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଦିନ ଭୋଟଗ୍ରହଣ ହେଉଥିଲା ସେହି ଦିନ ହିଁ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା। କିନ୍ତୁ ଏଥିପାଇଁ ଅଧିକ ବେଲଟ ବକ୍ସ ଆବଶ୍ୟକ ପଡ଼ିବ। ତେଣୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ବେଲଟ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହଯାଇଛି।