ଗୃହରେ ପଂଚାୟତି ରାଜ ମନ୍ତ୍ରୀଙ୍କ ବଡ଼ ବୟାନ;ପାନୀୟ ଜଳ କାମ ରେ ଠିକା କମ୍ପନୀ ବିଳମ୍ବ କଲେ ହେବ FIR

0

ଭୁବନେଶ୍ୱର ;ଗୃହରେ ପଂଚାୟତି ରାଜ ମନ୍ତ୍ରୀ ଙ୍କ ବଡ଼ ବୟାନ। ଆଉ ଗଡିବନି ସମୟ। ପାନୀୟ ଜଳ କାମ ରେ ଠିକା କମ୍ପନୀ ବିଳମ୍ବ କଲେ ହେବ FIR।  ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହ ରେ ଉଦବେଗ। ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା। ଉତ୍ତରରେ ପାନୀୟ ଜଳ ସମଶ୍ୟା କୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ।  ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା।  ସରକାର ଫାଇନ କରିଛନ୍ତି।  ଏବେ ୭ ଦିନ ଭିତରେ କମ୍ପାନୀ ମୁଖ୍ୟ ଙ୍କୁ ଡକା ହୋଇଛି। ଠିକ ସମୟରେ କାମ ନ କଲେ କମ୍ପାନୀ କୁ ବ୍ଲାକ ଲିଷ୍ଟ କରିବୁ। ପୂର୍ବରୁ ପାଇବ ଥିଲା ପାଣି ନ ଥିଲା। ଏବେ ହର ଘର ଜଳ ନ ହେଲେ କାମ ସମାପ୍ତ ହୋଇଛି ବୋଲି ଧରା ଯିବନି। ଧିମା ବିଷୟରେ ବିଭାଗ ଅବଗତ ଅଛି। ମାର୍ଚ୍ଚ ସୁଦ୍ଧା ୭୨ ହେବାର ଥିଲା ହେଲେ ୫୨ କମ୍ପ୍ଲିଟ ହୋଇଛି। ଜୁନ ସୁଦ୍ଧା ୭୨ ଟି ସାରିବୁ..୨୦୨୫ ସୁଦ୍ଧା ଆଉ ୪୦ ଟି କରିବୁ। ଆଉ କଡା ପଦକ୍ଷେପ ନେବୁ.ପାହାଡ଼ ଅଂଚଳ ର ଲୋକ ବି କେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି।