(ରିପୋର୍ଟସ ଟୁଡ଼େ): ବର୍ତମାନ ଚାଲିଛି କାର୍ତିକ ମାସ । ଆଗକୁ ପଞ୍ଚୁକ ଆସୁଛି । ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚୁକକୁ ଅଶୁଭ ବୋଲି ଧରାଯାଇଥାଏ । ପଞ୍ଚୁକ ୫ଟି ନକ୍ଷେତ୍ରରେ ଲାଗିଥାଏ । ଯେବେ ଧନିଷ୍ଠା, ସତଭିଷା, ଉତ୍ତରା ଭାଦ୍ରପଦ ଏବଂ ପୂର୍ବା ଭାଦ୍ରପଦ ରେବତୀ ନକ୍ଷେତ୍ର ଆସିଥାଏ । ଯେଉଁଥିରେ ସମସ୍ତ ଶୁଭ କାର୍ୟ୍ୟ କରିବାକୁ ମନା କରାଯାଇଥାଏ ।
ପଞ୍ଚୁକର ପ୍ରକାର
ରାଜ ପଞ୍ଚୁକ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । ସୋମବାର ଠାରୁ ଆରମ୍ଭ ହେଉଥିବା ପଞ୍ଚୁକକୁ ରାଜ ପଞ୍ଚୁକ କୁହାଯାଏ ।
ରୋଗ୍ ପଞ୍ଚୁକ- ଯଦି ପଞ୍ଚୁକର ପ୍ରାରମ୍ଭ ରବିବାର ଠାରୁ ହୁଏ ତେବେ ରୋଗ୍ ପଞ୍ଚୁକ ବୋଲି କୁହାଯାଏ ।
ଅଗ୍ନି ପଞ୍ଚୁକ – ଯେଉଁ ପଞ୍ଚୁକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥାଏ ତାହାକୁ ଅଗ୍ନି ପଞ୍ଚୁକ ବୋଲି କୁହାଯାଇଥାଏ ।
ମୃତ୍ୟୁ ପଞ୍ଚୁକ ଏବଂ ଚୋର ପଞ୍ଚୁକ – ଶନିବାର ଆରମ୍ଭ ହୋଇଥିବା ପଞ୍ଚୁକକୁ ମୃତ୍ୟୁ ପଞ୍ଚୁକ ଏବଂ ଶୁକ୍ରବାର ଆରମ୍ଭ ହେଉଥିବା ପଞ୍ଚୁକକୁ ଚୋର ପଞ୍ଚୁକ ବୋଲି କୁହାଯାଇଥାଏ ।
ଏହି ୫ଟି କାମ ପଞ୍ଚୁକ ସମୟରେ କରନ୍ତୁ ନାହିଁ
-ପଞ୍ଚୁକରେ ସପ ତିଆରି କରିବା ଅଶୁଭ ହୋଇଥାଏ । ଏହା କରିବା ଦ୍ବାରା ଏକ ବଡ ସଙ୍କଟର ଆଶଙ୍କା ରହିଥାଏ ।
-ପଞ୍ଚୁକ ସମୟରେ ଘନିଷ୍ଠା ନକ୍ଷେତ୍ର ଥିବା ବେଳେ ଘସି, କାଠ ଆଦି ଜାଳେଣିକୁ ଏକତ୍ରୀତ ରଖିବା କଥା ନୁହେଁ । ଏଥିରେ ନିଆଁ ଲାଗିଯିବାର ଭୟ ଥାଏ ।
-ପଞ୍ଚୁକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । କାରଣ ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ ।-ପଞ୍ଚୁକ ସମୟରେ ଯେତେବେଳେ ରେବତୀ ନକ୍ଷେତ୍ର ଚାଲୁଥିବ ସେତେବେଳେ ଘରର ଛାତ ତିଆରି କରିବା ଉଚିତ୍ ନୁହେଁ ।
-ପଞ୍ଚୁକ ସମୟରେ କୌଣସି ଶବର ଅନ୍ତିମ ସସ୍କାର କରିବା ସମୟରେ ଯେକୌଣସି ଏକ ଯୋଗ୍ୟ ପଣ୍ଡିତଙ୍କ ଉପଦେଶ ନିଅନ୍ତୁ । ଯଦି ଏହା ସମ୍ଭବ ହୋଇପାରୁନାହିଁ ତେବେ ଅଟାରେ ତିଆରି ଏକ ପୁତୁଲା ତିଆରି କରି ଅର୍ଥୀ ଉପରେ ରଖିଦିଅନ୍ତୁ ।
ଏହି ଶୁଭ କାମ ପଞ୍ଚୁକ ସମୟରେ କରିପାରିବେ
କିଛି ନକ୍ଷେତ୍ରରେ ପଞ୍ଚୁକ ଲାଗିଲେ ଶୁଭ କାର୍ୟ୍ୟ ମଧ୍ୟ କରାଯାଇପାରିବ । ଯଦି ପଞ୍ଚୁକ ଉତ୍ତରା ଭାଦ୍ରପଦ ନକ୍ଷେତ୍ରରେ ଆସିଥାଏ ତେବେ ସର୍ବସିଦ୍ଧି ଯୋଗ ହୋଇଥାଏ । ସେହିପରି ଧନିଷ୍ଠା, ସତଭିଷା , ପୂର୍ବା ଭାଦ୍ରପଦ ଏବଂ ରେବତୀ ନକ୍ଷେତ୍ର ଯାତ୍ରା, ବ୍ୟାପାର, ମୁଣ୍ଡନ ଆଦି ଶୁଭ କାର୍ୟ୍ୟ କରିବାରେ ଶ୍ରେଷ୍ଠ ବୋଲି ଧରାଯାଏ । ପଞ୍ଚୁକକୁ ଶୁଭ ବୋଲି ଧରାଯାଇନଥାଏ ,କିନ୍ତୁ ଏହି ସମୟରେ ନିର୍ବନ୍ଧ,ବିବାହ ଭଳି ଶୁଭ କାର୍ୟ୍ୟ ହୋଇପାରିଥାଏ ।