ମହାଦେବ ଶିବ ଏବଂ ଅଜ୍ଜୁର୍ନଙ୍କ ମଧ୍ୟରେ କାହିଁକି ହୋଇଥିଲା ଘମାଘୋଟ ଯୁଦ୍ଧ୍ୟ

0

(ମମତା ସାମଲ)ରିପୋର୍ଟସଟୁଡେ: ପବିତ୍ର ଶ୍ରାବଣ ମାସ ମହାଦେବ ଶିବଙ୍କୁ ଅର୍ପିତ । ଏହି ମାସରେ ଶିବଙ୍କ ଉପାସନା ,ଧ୍ୟାନ,ଜପ,ତପ ଓ ମନନ ବେଶ ଫଳଦାୟୀ । ଏଥିରେ ଶିବ କଥା ପଠନ ଓ ଶ୍ରୁତି ମଧ୍ୟ ସେିତିକି ଫଳଦାୟୀ ଯେତିକି ଶିବ ଉପାସନା । ଏଥିରେ ମହାଭାରତର ଏକ କାହାଣୀ ଏଠାରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦିବ୍ୟାସ୍ତ୍ର ନିମନ୍ତେ ଅର୍ଜ୍ଜୁନଙ୍କୁ ଇନ୍ଦ୍ର ମହାଦେବଙ୍କୁ ପ୍ରସନ୍ନ କରିବାକୁ ପଠାଇଥଲେ । ହେଲେ ସେଠାରେ କ’ଣ ହେଲା ଜାଣନ୍ତୁ ।
ପାଣ୍ଡବ ଓ କୌରବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ହେବା ନିଶ୍ଚିତ ହୋଇଯାଇଥିଲା । କୌରବଙ୍କ ବଳ ଆଗରେ ପାଣ୍ଡବ ସୀମିତ ଥିଲେ । ଏଣୁ ଦିବ୍ୟାସ୍ତ୍ର ସନ୍ଧାନ ଜରୁରି ହୋଇପଡିଥିଲା ପାଣ୍ଡବଙ୍କ ଲାଗି । ଅଜ୍ଜୁର୍ନ ଏଥି ନିମନ୍ତେ ଇନ୍ଦ୍ରଙ୍କ ସହାୟତା କାମନା ନିମନ୍ତେ ଇନ୍ଦ୍ରକିଲ ପର୍ବତକୁ ଯାତ୍ରା କରିଥିଲେ । ସେଠାରେ ଇନ୍ଦ୍ର ପ୍ରକଟ ହୂଅନ୍ତେ ଅଜ୍ଜୁର୍ନ ତାଙ୍କର ଇଚ୍ଛା ଜଣାଇଥିଲେ । ତେବେ ଦିବ୍ୟାସ୍ତ୍ର ଏତେ ସହଜରେ ପ୍ରାପ୍ତ ହୁଏ ନାହିଁ ବୋଲି ଅଜ୍ଜୁର୍ନଙ୍କୁ କହିଥିଲେ ଇନ୍ଦ୍ର । ଏଥି ନିମନ୍ତେ ପ୍ରଥମେ ମହାଦେବ ଶିବଙ୍କୁ ପ୍ରସନ୍ନ କରିବାକୁ ପଡିବ ବୋଲି ଇନ୍ଦ୍ର ପରାମର୍ଶ ଦେଇଥିଲେ । ସେହି ଅନୁସାରେ ଅଜ୍ଜୁର୍ନ ତପସ୍ୟା ଆରମ୍ଭ କରିଥିଲେ ।
ଅର୍ଜ୍ଜୁନ ଶିବଙ୍କ ଆରାଧନାରେ ତଲ୍ଲିନ ଥିବା ବେଳେ ମୁକ ନାମକ ଏକ ଅଶୁର ଘୁଷୁରି ରୂପ ଧାରଣ କରି ଅର୍ଜ୍ଜୁନଙ୍କୁ ମାରିବାକୁ ଆସିଲା। ଏହା ଦେଖି ଅର୍ଜ୍ଜୁନ ତାଙ୍କ ଧନୁରେ ବାଣ ଚଢାଇଲେ। ତେବେ ଏତିକି ବେଳେ ମହାଦେବ ଶିବ ଏକ କିରାତ ବେଶରେ ସେଠାରେ ପହଞ୍ଚି ଘୁଷୁରିକୁ ତାଙ୍କର ଶିକାର ବୋଲି ଦାବି କଲେ। ତେବେ ଅର୍ଜ୍ଜୁନ ତାଙ୍କ କଥା ନଶୁଣି ଗୁଣରେ ବାଣ ଚଢାଇ ଘୁଷୁରିକୁ ଲକ୍ଷ କଲେ। କିରାତ ବେଶରେ ମହାଦେବ ମଧ୍ୟ ଘୁଷୁରିକୁ ଲକ୍ଷ କରି ଶର ମାରିଲେ ଉଭୟ ଅର୍ଜ୍ଜୁନ ଓ କିରାତଙ୍କ ଶର ଏକ ସମୟରେ ଘୁଷୁରି ଦେହରେ ବିଧ ହେଲା। ଫଳରେ ସେହିଠାରେ ତାର ମୃତ୍ୟୁ ହୁଅନ୍ତେ ତାକୁ ନେଇ କିରାତ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା।
ନିଜନିଜର ଶିକାର ନେବା ପାଇଁ ଉଭୟ ଯୁଦ୍ଧକୁ ଓହ୍ଲାଇପଡିଲେ। ଅର୍ଜ୍ଜୁନ ଓ କିରାତ ରୂପୀ ଶିବଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ହେଲା। ଅର୍ଜ୍ଜୁନଙ୍କ ବାଣର ପ୍ରଭାବ ଶିବଙ୍କ ଉପରା ଲେଶ ମାତ୍ର ପଡିଲା ନାହିଁ। ଏଣୁ ଇଏ ସାଧାରଣ କିରାତ ନୁହେଁ ବୋଲି ଜାଣି ଗଲେ ଅର୍ଜ୍ଜୁନ। ସେପଟେ କିରାତ ମଧ୍ୟ ଅର୍ଜ୍ଜୁନଙ୍କୁ ପ୍ରବଳ ପ୍ରହାର କଲେ। ଏଥିରେ ଅର୍ଜ୍ଜୁନ ଅଚେତ ହୋଇ ଭୂଇଁରେ ଟଳି ପଡିଲେ। ତେବେ ଚେତନା ଫେରି ପାଇବା ପରେ କିରାତସହ ଯୁଦ୍ଧ ନିମନ୍ତେ ଅର୍ଜ୍ଜୁନ ରଣ ଭୂମିରେ ମାଟିରେ ଏକ ଶିବ ଲିଙ୍ଗ କରି ପୂଜା କରିଥିଲେ। ଏଥିପାଇଁ ସେ ଶିବ ଲିଙ୍ଗକୁ ଜେଉଁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ତାହା ରଣଭୂମିରେ କିରାତ ଗଳାରେ ପଡିଥିବା ଦେଖି ଅର୍ଜ୍ଜୁନ ସବୁ ବୁଝି ପାରିଥିଲେ। ଏଣୁ ସାକ୍ଷାତ ଶିବଙ୍କୁ ହାତ ଯୋଡି ପ୍ରଣିପାତ ହେବା ପୂର୍ବକ ନିଜର ସମସ୍ୟା ଜଣାଇଥିଲେ। ଆଶୁତୋଷ ଶିବ ପ୍ରସନ୍ନ ହୋଇ ତାଙ୍କୁ ଇନ୍ଦ୍ରଙ୍କ ଦିବ୍ୟାସ୍ତ୍ରଠାରୁ ବି ବଳକା ଶକ୍ତିଶାଳି ପାଶୁପତାସ୍ତ୍ର ସାଙ୍ଗକୁ ଅକ୍ଷୟ ତୃଣୀର ମଧ୍ୟ ଦେଇଥିଲେ। ଯାହା ବଳରେ ଅର୍ଜ୍ଜୁନ ସମଗ୍ର ଯୁଦ୍ଧ ଲଢିପାରିଥିଲେ।