ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନ୍ୟୁଜିଲାଣ୍ଡ ଗସ୍ତ

0

(ରିପୋର୍ଟସ ଟୁଡ଼େ/ମୁମ୍ବାଇ): ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପ୍ନର କେ.ଏଲ ରାହୁଲଙ୍କ ଉପରୁ ବିସିସିଆଇ ପକ୍ଷରୁ ବାସନ୍ଦ ଉଠାଇ ଦିଆଯାଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ବଳକା ଦୁଇଟି ଲାଗି ଭାରତୀୟ ଦଳରେ ଚୟନ କରାଯାଇଛି। ତେବେ ୨୬ ତାରିଖରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ଲାଗି ଉପଲବ୍ଧ ରହିବେ ନାହିଁ। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କୁ ଭାରତ ଏ’ ଦଳରେ ସାମିଲ କରାଯାଇଛି। ସେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଅନ୍ତିମ ୫ ଦିନିକିଆ ଖେଳିବେ। ଏକ ଚ୍ୟାଟ ଶୋ’ରେ ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଉଭୟ ଖେଳାଳିଙ୍କୁ ଗତ ୧୧ ତାରିଖରୁ ବାସନ୍ଦ କରାଯାଇଥିଲା।