ନୂଆପଡା: ତୃତୀୟ ଦିନରେ ପ୍ରଚାର ମଇଦାନରେ ପାଣ୍ଡିଆନ । ଖଡିଆଳ ରୋଡରୁ ନୂଆପଡା ୧୨ କିଲୋମିଟର, ବିରାଟ ରୋଡ ସୋ କରିଛନ୍ତି । ଏହି ସଭାବେ ଉଦ୍ଦବୋଧନ ଦେଇ କହିଛନ୍ତି ଆପଣଙ୍କ ଜୋସ୍, ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ। ନବୀନ ଇଞ୍ଜିନ ସବୁଠାରୁ ମଜବୁତ । ଡବଲ ଇଞ୍ଜିନ ଯଦି ଏତେ ଭଲ, ତାହେଲେ ପଡୋଶୀ ଛତିଶଗଡରେ ବାରମ୍ବାର ଇଞ୍ଜିନ ବଦଳୁଛି କାହିଁକି ?ବୋଲି କହିଲେ ପାଣ୍ଡିଆନ ।
ଆପଣଙ୍କ MP ୫ ବର୍ଷରେ କଣ କରିଛନ୍ତି ? ନୂଆପଡା-ଭବାନୀପାଟଣା ଦେଖିଲେ ଜଣାପଡୁଛି, ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍, ରାସ୍ତା ଅବସ୍ଥା ବହୁତ ଖରାପ, ଅନେକ ପଞ୍ଚାୟତରେ ମୋବାଇଲ ନେଟ୍ୱାର୍କ ବି ନାହିଁ। ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ NH ଦେଖନ୍ତୁ, ଫରକ ଜଣାପଡିବ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲାଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି, ହସ୍ପିଟାଲର ଉନ୍ନତି କଥା ବୁଝିକରି ଯାଇଥିଲି। ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି। କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି। ଘାଟିପଡାରୁ ସିନାପାଲ୍ଲୀ ବିଜୁ ଏକ୍ସପ୍ରେସ ୱେ ୨୦୮ କୋଟି। ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ । ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୪ ହଜାର ହିତାଧିକାରୀଙ୍କୁ ସାମିଲ। ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍। ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ। ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମକରିଥିବା କହିଲେ ପାଣ୍ଡିଆନ ।