ଦୁଷ୍କର୍ମ ଧମକ : ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ସିମରନ

ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ।

0

(ମୁମ୍ବାଇ) : ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ। ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ତଥା ଲୋକପ୍ରିୟ ଟେଲି ଶୋ’ ‘ପାଣ୍ଡ୍ୟା ଷ୍ଟୋର୍‌’ ଫେମ୍‌ ଅଭିନେତ୍ରୀଙ୍କୁ ଏହି ଧମକ ମିଳିଛି । ଏନେଇ ସେ ନିଜେ ଖୁଲାସା କରିଛନ୍ତି। ଏଥିସହ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

 

ରିଷିତା ଚରିତ୍ରରେ ଅଭିନୟ କରୁଥିବା ସିମରନ ବୁଧରୂପଙ୍କୁ କିଛି ସୋଶାଲ ମିଡିଆ ୟୁଜର୍ସ ଦୁଷ୍କର୍ମ କରିବା ନେଇ ଧମକ ଦେଇଛନ୍ତି। ଅଭିନେତ୍ରୀ ସିମରନଙ୍କ କହିବା ମୁତାବକ, କିଛି ଯୁବପିଢ଼ି ତଥା ପୁଅ-ଝିଅଙ୍କ ଏକ ଗ୍ରୁପ ତାଙ୍କୁ ଟାର୍ଗେଟ କରୁଛନ୍ତି। ସୋଶାଲ ମିଡିଆରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଏଥିରେ ସେ ବିରକ୍ତି ହୋଇ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

 

ସୂଚନାନୁଯାୟୀ , ପ୍ରଥମେ ସେ ସୋଶାଲ ମିଡିଆରେ ଟ୍ରୋଲ ହେବା ଘଟଣାକୁ ହାଲୁକାରେ ନେଇଥିଲେ। ଶୋ’ରେ ତାଙ୍କ ଚରିତ୍ର ନେଗେଟିଭ ଥିବା ଯୋଗୁ ଏଭଳି ପ୍ରତିକ୍ରିୟା ଆସୁଥାଇପାରେ ବୋଲି ସେ ଭାବିଥିଲେ। କିନ୍ତୁ ପରେ ଏହି ମାମଲା ଆହୁରି ବଢ଼ିବାକୁ ଲାଗିଥିଲା। ଦୁଷ୍କର୍ମ ସହ ହତ୍ୟା ଧମକ ବି ମିଳୁଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ସୋସିଆଲ ମିଡିଆରେ ୧୩ରୁ ୧୪ ବର୍ଷର ପିଲାମାନେ ତାଙ୍କୁ ଧମକ ଦେଉଛନ୍ତି। ଏହାପରେ ସେ ପୁଲିସରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିବା ସିମରନ୍‌ କହିଛନ୍ତି।