(ମମତା ସାମଲ)ରିପୋର୍ଟସଟୁଡେ: ଯାଜପୁର ପାଣିକୋଇଲିର ଏକ ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ ହୋଇଛି । ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବତୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି । ଯୁବତୀ ଜଣକ ମୃତକ ରବୀନ୍ଦ୍ରଙ୍କ ସାନଶଳାର ପ୍ରେମିକା ହୋଇଥିବା ଜଣାପଡ଼ିଛି । ତେବେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ବ୍ଲେଡ଼ ଓ ବାଉଁଶ ଠେଙ୍ଗା ପୋଲିସ ଜବତ କରିଛି ।
ସୂଚନାଯୋଗ୍ୟ, ଜୁଲାଇ ୭ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଥିବା ଏକ ଦୋକନରୁ ଜଣେ ଯୁବକଙ୍କ ରକ୍ତାକ୍ତ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ନାମ ରବୀନ୍ଦ୍ର ସାହୁ ବୋଲି ଜଣାପଡ଼ିଥିଲା । ମୃତକଙ୍କ ବେକରେ କଟା ଚିହ୍ନ ଥିବା ବେଳେ ତାଙ୍କ ଶରୀରରେ ବସ୍ତ୍ର ନଥିଲା । ଏନେଇ ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ ପ୍ରେସମିଟରେ ସୂଚନା ଦେଇଛନ୍ତି ।