(ରିପୋର୍ଟସ ଟୁଡେ /ଶୁଭସ୍ମିତା ଦାଶ ) : ପଇଡ ପାଣି – ଏଥିରେ ପ୍ରଚୁର ପରିମାଣରେ ରହିଛି ଇଲେକ୍ଟ୍ରୋଲାଇଟ୍। ଆମ ଶରୀରରେ ଇଲେକ୍ଟ୍ରୋଲାଇଟ୍ର ଯଥେଷ୍ଟ ଆବଶ୍ୟକତା ରହିଛି। କିନ୍ତୁ ପରିସ୍ରା ଏବଂ ଝାଳ ଦ୍ୱାରା ଏହା ଶରୀରରୁ ପ୍ରଚୁର ମାତ୍ରାରେ ବାହାରିଯାଇଥାଏ। ତେଣୁ ଇଲେକ୍ଟ୍ରୋଲାଇଟ୍ଯୁକ୍ତ ପାନୀୟ ପିଅନ୍ତୁ।
ଲେମ୍ବୁ ପାଣି – ଭିଟାମିନ୍ ସି’ରେ ଭରପୂର ଲେମ୍ବୁ ପାଣି ପିଇବା ମାତ୍ରେ ହିଁ ତାହା ଶରୀରକୁ ଥଣ୍ଡା ରଖିଥାଏ। ଲେମ୍ବୁ ପାଣିରେ ଲୁଣ ମିଶାଇ ପିଅନ୍ତୁ। ଆପଣ ଚାହିଁଲେ ଏଥିରେ ଚିନି ବି ମିଶାଇପାରିବେ। ଏଥିରେ ବି ରହିଛି ଇଲୋକ୍ଟ୍ରାଲାଇଟ୍ ଯାହା କି ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ୍ କରିିଥାଏ।
ତରଭୁଜ ଜୁସ୍ – ତରଭୁଜରେ ରହିଛି ୯୨ ପ୍ରତିଶତ ଜଳୀୟ ଅଂଶ। ପ୍ରତିଦିନ ଏହାକୁ ପିଅନ୍ତୁ।
ଘୋଳ ଦହି – ଘୋଳ ଦହି ସମସ୍ତଙ୍କ ପସନ୍ଦ। ଏଥିରେ ପ୍ରଚୁର ମାତ୍ରାରେ ରହିଛି ପ୍ରୋବାୟୋଟିକ୍, ଭିଟାମିନ୍ ଏବଂ ମିନେରାଲ୍ସ। ଖରାଦିନେ ଏହାକୁ ପିଇବା ନିହାତି ଜରୁରୀ। ହାଲ୍କା ଭଜାଯାଇଥିବା ଜୀରା ଗ୍ରାଇଣ୍ଡିଂ କରି ଏଥିରେ ମିଶାଇ ପିଇପାରିବେ। ଲୁଣ ଏବଂ ପୋଦିନା ମିଶାଇ ପିଇଲେ ବି ଏହାର ଦୁଇଗୁଣ ଫାଇଦା ପାଇପାରିବେ।
ଆଖୁ ରସ – ଖରାଦିନେ ଥକ୍କା ଅନୁଭବ କରୁଥିଲେ ଏହା ଆପଣଙ୍କ ପାଇଁ ବେଷ୍ଟ୍ ଅପ୍ସନ୍। ପୋଟାସିୟମ୍, ଗ୍ଲୁକୋଜ୍, ଆଣ୍ଟିଅକ୍ସିଡାଣ୍ଟ୍, କ୍ୟାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ରେ ଭରପୂର ଏହି ଜୁସ୍ ଶରୀରକୁ ତୁରନ୍ତ ଏନର୍ଜି ପ୍ରଦାନ କରିଥାଏ।
ଫ୍ରୁଟ୍ ସେକ୍ – ତାଜା ଫଳର ସେକ୍ ପ୍ରସ୍ତୁତ କରି ପିଅନ୍ତୁ। ଶରୀର ପାଇଁ ଏହା ବେଶ୍ ଉପକାରୀ।