(ରିପୋର୍ଟସ ଟୁୁଡ଼େ): ୫ ବର୍ଷରେ ପ୍ରଥମ ଥର ପାଇଁ ପତଞ୍ଜଳି ଆୟୁର୍ବେଦର ବିକ୍ରି ହ୍ରାସ ପାଇଛି । ବସ୍ତୁ ଏବଂ ସେବା କର ଓ ବିତରଣ ନେଟସ୍ୱାର୍କ ସଂଖ୍ୟା କମି ଯିବା ଫଲରେ ପତଞ୍ଚଳି ବ୍ୟବସାୟ ହ୍ରାସ ପାଇଛି । କେୟାର ରୋଟିଂଗର ଏକ ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର କଞ୍ଜ୍ୟୁମର ଗୁଡ଼ସ ରେଭେନ୍ୟୁ ଆର୍ଥିକ ବର୍ଷ ଶେଷରେ ୨୦୧୮ ମାର୍ଚ୍ଚରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ୮୧୪୮ କୋଟିରେ ପହଞ୍ଚିଛି ।
ରିପୋର୍ଟ କୁହାଯାଇଛି ଯେ, ପତଞ୍ଜଳି ଆୟୁର୍ବେଦର ବିକ୍ରି ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଜିଏସଟି । ଜିଏସଟି ଦ୍ୱାର କମ୍ପାନୀର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । କମ୍ପାନୀର ପ୍ରତିଷ୍ଠାତା ବାବା ରାମଦେବ ୩ରୁ ୫ ବର୍ଷ ମଧ୍ୟରେ ୨୦ ହଜାର କୋଟି ବ୍ୟବସାୟ ଲକ୍ଷ୍ୟ ରଖିଥିଲେ । ପତଞ୍ଜଳିର ରାଜସ୍ୱ ୨୦୧୬ରେ ୧୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ଷ ୨୦୧୨ରେ ଏହା ୫୦୦ କୋଟି ଟଙ୍କାରୁ କମ ହୋଇ ଯାଇଥିଲା ।
ପତଞ୍ଜଳି ପାଖରେ ନିଜର ଚିକିତ୍ସକ ଥିବାରୁ ଆରମ୍ଭରୁ ଏହାର ଲୋକପ୍ରିୟତା ବଢ଼ିଥିଲା । ପତଞ୍ଜଳି ସାମାନ ଜେନେରାଲ ଷ୍ଟୋର ଯିବା ପରେ କଂପାନୀର ଚିକିତ୍ସାଳୟ ପ୍ରଭାବିତ ହୋଇଥିଲା । ନାବି ମୁମ୍ବାଇସ୍ଥିତ ଏକ ପତଞ୍ଜଳି ଚିକିତ୍ସାଳୟର ମାଲିକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଆରମ୍ଭରୁ ପତଞ୍ଜଳିର ନୀତି ଯୋଗୁଁ ଆମେ ପ୍ରଥମେ ଜିନିଷ ଦେଉଥିଲୁ କିନ୍ତୁ ତାହା ଏବେ ହୋଇପାରୁ ନାହିଁ ।