ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍ପେଣ୍ଡ । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍ପେଣ୍ଡ ହୋଇଛନ୍ତି। ଏହି କାରଣରୁ ପ୍ରମୋଦ ଚଳିତ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବେନି ।
ଗତ ମାର୍ଚ୍ଚ ୧ ତାରିଖରେ ପ୍ରମୋଦଙ୍କୁ ନିୟମ ଉଲଂଘନ କରିଥିବା ପାଇଥିଲା କୋର୍ଟ ଅଫ ଆର୍ବିଟ୍ରେସନ ଥର ନୋଟିସ କରାଯାଇଥିଲା । କିନ୍ତୁ ଉପସ୍ଥିତ ହୋଇନଥିଲେ ପ୍ରମୋଦ । ଏହା ପରେ ତାଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରାଯାଇଛି । ଏହି ନିଷ୍ପତ୍ତି ବିରୋଧରେ ସିଏଏସରେ ଅପିଲ କରିଥିଲେ ପ୍ରମୋଦ । କିନ୍ତୁ ଜୁଲାଇ ୨୯ ତାରିଖରେ ପ୍ରମୋଦଙ୍କ ଅପିଲକୁ ଖାରଜ କରିଦେଇଥିଲେ କୋର୍ଟ ଅଫ ଆର୍ବିଟ୍ରେସନ ଅଫ ସ୍ପୋର୍ଟସ । ପାରା ବ୍ୟାଡମିଣ୍ଟନରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ ଓଡିଆ ପୁଅ ପ୍ରମୋଦ ଭଗତ ।