(ପାରାଦ୍ୱୀପ / ପ୍ରଶାନ୍ତ କୁମାର ସ୍ୱାଇଁ ) : ଆସନ୍ତା ୧୭ ତାରିଖରେ ପ୍ରସିଦ୍ଧ ବିଶ୍ୱକର୍ମା ପୁଜା ସେଥିପାଇଁ ଚଳଚଂଚଳ ଏବେ ବନ୍ଦର ନଗରୀ ପାରାଦ୍ୱୀପ । ପ୍ରତିବର୍ଷ ପରି ପୁଜା ପ୍ରତିଯୋଗିତାକୁ ଲକ୍ଷ କରି ସମସ୍ତେ ଲାଗିପଡିଛନ୍ତି ନିଜ ନିଜ ପୁଜା ମଣ୍ଡପ ସଜାଇବାରେ । ରାଜ୍ୟତଥା ରାଜ୍ୟ ବାହାରୁ ନିଖୁଣ କାରିଗରଙ୍କୁ ଆଣି ବିଭିନ୍ନ ପ୍ରକାର ବଡ ବଡ ତୋରଣମାନ ସଜା ଚାଲିିଛି । କିଏ ବାଉଁଶ ପୋତୁଛି ତ କିଏ ଟିକିନିକି କରି ଖଜିଂ ଚାଲିଛି । ଆୟୋଜକ ଠାରୁ କାରିଗର ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଛନ୍ତି ନିଜ ନିଜ ପୁଜା ମଣ୍ଡପ ସଜାଇବାରେ କିଭଳି ଚଳିତ ବର୍ଷ ପ୍ରଥମ ସ୍ଥାନ ଗ୍ରହଣ କରିବାପାଇଁ । ତେବେ ଲଘୁଚାପ ଜନିତ ବର୍ଷା ଯଦିଓ କାର୍ଯ୍ୟରେ ବାଧାଶୃଷ୍ଟି କରିଥିଲା ତେବେ କାରିଗର ମାନେ ଦିନରାତି ଏକ କରି ଏବେ କାର୍ଯ୍ୟରେ ଲାଗି ପଡିଛନ୍ତି , ସମସ୍ତଙ୍କର ଗୋଟଏ ଲକ୍ଷ କିଭଳି ପୁଜା ପୁର୍ବରୁ ସମ୍ପୁର୍ଣ ପ୍ରସ୍ତୁତି ସରିବ ।ଚଳିତ ବର୍ଷ ଶୁଖିଲା ଫଳ , ତୁଳା , ସ୍ପଂଜ , ପ୍ଲାଇ , ପ୍ଲାଷ୍ଟର ପ୍ୟାରିସ ,ନାଳିଆ, ସହିତ ଶୁଖିଲା ପତ୍ର , ଗୁଆ ରେ ନିର୍ମିତ ତୋରଣ ସହିତ ବିଭିନ୍ନ ପ୍ରକାର ଝିଲ୍ ମିଲ୍ ଆଲୋକ ସହିତ ମୁର୍ତି ପୂଜାକୁ ବେଶ ଆକର୍ଷଣ କରିବ ।
ପୂଜା ଶାନ୍ତିଶୁଂଖଳା ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା , ପଲିଥିନ୍ ପ୍ଲାଷ୍ଟିକ ବର୍ଜନ ଓ ଅଶୀଳ ନୃତ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।