ପାରାଦ୍ୱୀପ ବନ୍ଦରରେ ବ।ଇତ ବନ୍ଦାଣ ଉତ୍ସବ ପାଳିତ

0

(ପ୍ରଶାନ୍ତ କୁମାର ସ୍ବାଇଁ / ପାରାଦୀପ) :ପାରାଦୀପ ବନ୍ଦର ପକ୍ଷରୁ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ପାରାଦୀପ ବନ୍ଦର ଦିବସ ପାଳନ କରାଯାଇଛି ।ତେବେ ପ୍ରତିବର୍ଷ ଏହି କାର୍ତିକ ପୂର୍ଣିମାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ପୁଅ ପ୍ରତୀକାତ୍ମକ ଭାବେ ବଦେଶକୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି ।ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ତାଙ୍କ ହାତରେ ଶୁଭ କଳସ ପ୍ରଦାନ କଲା ପରେ ସାତ ସାଧବାଣୀ ତାଙ୍କର ନୌବାଣିଜ୍ୟର ସଫଳତା ସହିତ ଶୁଭ କାମନା କରି ବନ୍ଦାପନା କରି ମେଲାଣି ଦେଇଥିଲେ। ଏହି ଅବସରରେ ପାରାଦୀପ ବନ୍ଦର ଆଗାମୀ ଆର୍ଥିକ ବର୍ଷରେ ପଣ୍ୟ କାରବାର କ୍ଷେତ୍ରରେ ଦେଶର ସର୍ବ ବୃହତ ବନ୍ଦରର ମାନ୍ୟତା ଲାଭ କରିବ ବୋଲି ଅଧକ୍ଷ କହିଛନ୍ତି ।
ତେବେ ଆଜିର ଏଭଳି ଏକ ପାରମ୍ପାରିକ ଦିନରେ ବନ୍ଦରର କର୍ମଚାର ଭାବେ ସାଧବପୁଅ ଭାବେ ଏଭଳି ସୁଯୋଗ ପାଇଥିବାରୁ ନିଜକୁ ଗର୍ବ କରୁଥିବା ବେଳେ ସାଧବାଣୀ ବେଶରେ ଥିବା ଝିଅ ମାନେ ମଧ୍ୟ ବହୁତ ଆନନ୍ଦ ଅନୁଭବ କରିଛନ୍ତି ।

ଏହି ଅବସରରେ ପାରାଦୀପ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ପାରମ୍ପାରିକ ନୌବାଣିଜ୍ୟର ପ୍ରତୀକ ତଥା ଓଡିଆ ସଂସ୍କୃତି ସହିତ ଜଡିତ ଏହି ବୋଇତ ବନ୍ଦାଣ ଉତ୍ସବକୁ ଆନନ୍ଦ ସହକାରେ ଉପଭୋଗ କରିଥିଲେ ।
ଏହି ବୋଇତ ବନ୍ଦାଣ ତଥା ବନ୍ଦର ଦିବସ ଅବସରରେ ବନ୍ଦର ର ବିକାଶ ସହିତ ଜଡିତ ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରା ଯାଇଥିବା ବେଳେ ପାରାଦୀପ ବନ୍ଦର ଅଧ୍ୟକ୍ଷ ସମସ୍ତ କର୍ମଚାରୀ ତଥା ବନ୍ଦର ସହିତ ଜଡିତ ଥିବା ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।