(ପ୍ରସାନ୍ତ ସ୍ୱାଇଁ) : ପାରାଦୀପ ବନ୍ଦରର ବାହ୍ୟ ପୋତାଶ୍ରୟ ଓ ଭିତର ପୋତାଶ୍ରୟ ପାଇଁ ପରିବେଶ ମଞ୍ଜୁରୀ ଜନଶୁଣାଣିକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି । ଏ ଅଞ୍ଚଳରେ ଦିନକୁ ଦିନ ପ୍ରଦୁଷିତ ହେବାରେ ଲାଗିଛି । ଯାହାକୁ ନେଇ ସ୍ଥାନିୟ ଲୋକେ ଅସନ୍ତୋଷ ଜାହିର କରିବା ସହ ଏ ଜନଶୁଣାଣୀକୁ ନେଇ ପ୍ରବଳ ମାତ୍ରାରେ ବିରୋଧ କରିଛନ୍ତି । ପାରାଦୀପ ମୁନସିପାଲିଟି କଲ୍ୟାଣ ମଣ୍ଡପରେ ଏନେଇ ଜନଶୁଣାଣୀ ହୋଇଥିଲା । ଆଜିର ଏହି ଜନ ଶୁଣାଣୀରେ ଏ ଅଂଚଳର ପ୍ରାୟ ଅଧିକାଂଶ ଲୋକମାନେ ବିରୋଧ କରିବା ସହ ଆଗାମି ଦିନରେ ଭୁତମୁଣ୍ଡାଇ ଠାରେ ଏକ ସୁପର ସ୍ପେସିଆଲିଟୀ ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ କରିଥିଲେ । ଅଂଚଳର ବିକାଶ ଓ ପରିବେଶ ପ୍ରଦୂଷଣ ମୁକ୍ତ ଉପରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ପାରାଦୀପ ବନ୍ଦର ଭାରତରେ ପଣ୍ୟ କାରବାର କ୍ଷେତ୍ରରେ ୨ୟ ବୃହତମ ବନ୍ଦରରେ ପରିଣତ ହୋଇଥିବାବେଳେ ଏ ଅଚଂଳର ପରିବେଶ ପ୍ରଦୁଷିତ ବଢିବାରେ ଲାଗିଛି । ଲକ୍ଷ ଲକ୍ଷ ଟନ୍ ପଣ୍ୟ ଗଛିତ ହୋଇ ରହୁଛି । କେତେବେଳେ ତାହା ବର୍ଷାହେଲେ ଧୋଇ ହୋଇଯାଉଛି ତ ଆଏ କେତେବେଳେ ପବନରେ ପ୍ରବଳ ମାତ୍ରାରେ ଧୁଳି ଉଡ଼ୁଛି । ସହରାଚଂଳରେ ଥିବା ଜନବସତିରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଛି ଏପରିକି କେତେକ ସମୟରେ ସମ୍ବେଦନ ଶୀଳ ପଣ୍ୟରେ ଅଗ୍ନିସଂଯୋଗ ହୋଇ ସମଗ୍ର ବନ୍ଦର ଅଚଂଳକୁ ଧୁଆଁ ମଧ୍ୟ କରିଦେଉଛି । ତେବେ ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ଦିନ ଠାରୁ ସ୍ଥାନୀୟ ଅଚଂଳରେ ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ କରିବାପାଇଁ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜନଶୁଣାଣିରେ ଉପସ୍ଥିତ ଶତଧୀକ ବାସିନ୍ଦାଙ୍କ ଅଭିଯୋଗ ଲିଖିତ ଭାବେ ରେକର୍ଡ କରାଯାଇଛି ଓ ଖୁବ୍ ଶିଘ୍ର ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଭାରତ ସରକାରଙ୍କ ପରିବେଶ ମନ୍ତ୍ରାଣଳୟକୁ ପଠାଯିବ ବୋଲି ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଓ ଆଂଚଳିକ ପ୍ରଦ୍ୟୁଷଣ ଅଧିକାରୀ କହିଛନ୍ତି । ଭାରତ ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଲବାୟୁ ପରିବର୍ତନ ମନ୍ତ୍ରଣାଳୟ ବିଭାଗର ପରିବେଶ ମଂଜୁରୀ ନିମନ୍ତେ ଜନ ଶୁଣାଣୀ ରେ ପାରାଦିପ ଅତିରିକ୍ତ ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ଆଚଂଳିକ ଅଧିକାରୀ ଯୋଗଦେଇଥିଲେ ।
.