ବେଳାଭୂମିରେ ପଡିରହିଛି ମଲା କଇଁଚ , ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ

0

(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ବେଳାଭୂମିରେ ପଡିରହିଛି ମଲା କଇଁଚ। ପାରାଦୀପ ହନୁମାନ ମନ୍ଦିର ଠାରୁ ଆରମ୍ଭ କରି ଜଟାଧାର ମୁହାଣ ପର୍ୟ୍ୟନ୍ତ ଶତାଧିକ ସଂଖ୍ୟାରେ ଅଲିଭ୍ ରିଡ଼ଲେ କଇଁଚ ମରି ପଡି ଥିବାର ଦେଖିବାକୁ ମିଳିଛି। ମୃତ କଇଁଚ ଗୁଡିକୁ କାଉ ଖୁମ୍ପି ଖୁମ୍ପି ଖାଉଥିବା ବେଳେ ବେଳାଭୂମିର ପରିବେଶ ଦୁର୍ଗନ୍ଧ ରେ ଫାଟି ପଡୁଛି। ତେବେ ମୃତ କଇଁଚ ଗୁଡିକକୁ ଗାତ ଖୋଳି ପୋତା ଯାଉ ନଥିବାରୁ ବେଳାଭୂମିକୁ ଆସୁଥିବା ପର୍ୟ୍ୟଟକ ମାନେ ମୁହଁ ଫେରାଇ ଚାଲି ଯାଉଛନ୍ତି। ଏମିତିକି ଅଲିଭ୍ ରିଡଲେ କଇଁଚଙ୍କ ମୃତ୍ୟୁ କୁ ନେଇ ମାଛଧରା ବୋଟ ଉପରେ ଦୋଷାରୋପ କରିବା ସହ ବେଳାଭୂମି ର ପରିବେଶ କୁ ଦୃଷ୍ଟି ଦେବା ପାଇଁ ପ୍ରଶାସନ କୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

ଅଲିଭ୍ ରିଡଲେ କଇଁଚ ଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ୩୧ ଯାଏ ସମୁଦ୍ରରେ ମାଛ ମାରିବା କଟକଣା ଥିବା ବେଳେ ଦେବୀ, ବରୁଣେଇ ଓ ଊଶିକୂଲ୍ୟା ମୁହାଣରେ କଇଁଚ ମାନେ ପ୍ରଶାନ୍ତ ମହା ସାଗର ରୁ ଅଣ୍ଡା ଦେବାକୁ ଆସି ଥାନ୍ତି। ତେଣୁ ସେହି ସମୟରେ ସମୁଦ୍ର କୂଳ ଠାରୁ ୨୦କିଲୋ ପର୍ୟ୍ୟନ୍ତ ଟ୍ରଲର କିମ୍ବା ଯନ୍ତ୍ର ଚାଳିତ ବୋଟ ଗୁଡିକୁ ମାଛ ମାରିବା ନିଷେଧ କରା ଯାଇଥିବା ବେଳେ କଇଁଚ ଙ୍କ ମୃତ୍ୟୁ କୁ ନେଇ ମାଛ ଧରା ବୋଟ ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରୁଥିବା ବେଳେ ଏବେ ସାଧାରଣତଃ ବୋଟରେ ମାଛ ଧରିବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଟି.ଇ.ଡି ଜାଲ ବ୍ୟବହୃତ କରାଯାଉଛି ବୋଲି ବୋଟ୍ ମାଲିକ ମାନେ କହିଛନ୍ତି। ତେବେ ମୃତ ଅଲିଭ ରିଡଲେ କଇଁଚ ଗୁଡିକ ବେଳାଭୂମିରୁ ହଠାଇବା ପାଇଁ ପ୍ରଶାସନ କୁ ନିବେଦନ କରିବା ସହ କଇଁଚ ଙ୍କ ମୃତର କାରଣ ପାଇଁ ପୋଷ୍ଟମଟମ୍ କରିବା ପାଇଁ ଟ୍ରଲର ମାଲିକ ସଂଘ କହିଛି।

ପାରାଦ୍ବୀପ ର ବିସ୍ଥିନ୍ନ ବେଳାଭୂମି ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏଠାରେ ପଡି ରହୁଥିବା ମୃତ ଅଲିଭ୍ ରିଡ଼ଲେ କଇଁଚ ସେମାନଙ୍କ ଆସିବାରେ ବାଧକ ସାଜିଛି। ତେଣୁ ପ୍ରଶାସନ ଏଗୁଡିକୁ ଗଭୀର ଗାତ କରି ପୋତିବା ସହିତ ବେଳାଭୂମି କୁ କ୍ଲିନ ରଖିବାକୁ ସାଧାରଣରେ ଦାବୀ ହେଉଛି ।