ପାରାଦ୍ୱୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦ୍ୟୁଷିତ । CEPI ରେଟିଂ ୨୦୧୮ ଅନୁଯାୟୀ ପାରାଦ୍ୱୀପ କୁ ୬୦.୬୧ ସ୍କୋର ସହ ଅତ୍ୟଧିକ ପ୍ରଦ୍ୟୁଷିତ ଅଞ୍ଚଳ ଭାବେ ପାରାଦ୍ୱୀପ ଶିଳ୍ପାଞ୍ଚଳ କୁ ଚିହ୍ନଟ କରାଯାଇଛି । ସେହିପରି ୪୬.୪୩ ସ୍କୋର ସହ ଅନୁଗୁଳ-ତଳେଚର ଶିଳ୍ପାଞ୍ଚଳ ଓ ଅନ୍ୟାନ୍ୟ ପ୍ରଦ୍ୟୁଷିତ ଅଞ୍ଚଳକୁ ତାଲିକା ରେ ରଖାଯାଇଛି ।
ଭୁବନେଶ୍ୱର ଶିଳ୍ପାଞ୍ଚଳ ରେ ପ୍ରଦୂଷଣ ନଥିବା ରିପୋର୍ଟ ହୋଇଛି । ପ୍ରଦୂଷିତ ଶିଳ୍ପାଞ୍ଚଳ ରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଶିଳ୍ପ ସଂସ୍ଥା ମାନଙ୍କୁ ନିର୍ଦେଶ ଦେଇଛି । ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।