ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

0

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ସଂଗ୍ରାମର କ୍ରାନ୍ତିକାରୀ ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖକୁ ପରିକ୍ରମ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କେନ୍ଦ୍ର ନିଷ୍ପତ୍ତିକୁ ନେଇ ସୂଚନା ଦେଇଛି । ସଂସ୍କୃତି ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ, ନେତାଜୀଙ୍କ ନିସ୍ୱାର୍ଥପର ସେବା ତଥା ଦେଶ ପ୍ରତି ସମ୍ମାନକୁ ମନେ ରଖିବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୩ ଜାନୁଆରୀକୁ ପରାକ୍ରମ ଦିବସ ଭାବରେ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।