ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ପାଳିତ                     

0

ଗଜପତି (ବିବେକାନନ୍ଦ ବେହେରା)  : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ପାଳନ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେଖ୍ୟକ୍ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ଵାବଧାନରେ ଏକ ରାଲି ଆୟୋଜିତ ହୋଇ ସହର ପରିକ୍ରମା କରିଥିଲେ।

ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଜପୁରର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ବରିଷ୍ଟ ଶିକ୍ଷକ ଉୟ ଧର୍ମ ରାଓ, ପରମେଶ୍ବର ନାୟକ, କେ ବାସୁଦେବ ରାଓ , କେ ଭି ରେଡ୍ଡୀ, ସୁଦୀପ୍ତ କୁମାର ବାରିକ ଉପସ୍ଥିତ ଥିଲେ।

ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଧୀରେନ୍ଦ୍ର କୁମାର ସାମଲ,ରେଖା ରାଣୀ ଦେଓ, ତପସ୍ଵିନୀ ପଣ୍ଡା, ଦର୍ଶିତା ପଟ୍ଟନାୟକ, ଦିଲେଶ୍ୱର୍ ତୃଣ,ଶିବରାମ ଭୂୟାଁ, ଲିଙ୍ଗରାଜ ସାହୁ ପ୍ରମୁଖ ରାଲୀ ପରିଚାଳନା କରିଥିଲେ । ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୂର୍ ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୫୦ ଜଣ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ରାଲିରେ ଉପସ୍ଥିତ ଥିଲେ ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା ।