ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ଓଡ଼ିଶା ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କ ଅପାର ଆଇଡି ସୃଷ୍ଟି ନିମନ୍ତେ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକଟି ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଅପାର ଆଇଡି ଭବିଷ୍ୟତରେ ଏହାର ହେବକୁ ଥିବା ଗୁରୁତ୍ୱ, ଉପକାରିତା ଓ ଏହା କିପରି ସୃଷ୍ଟି କରାଯିବ ସେଥି ନିମନ୍ତେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଧ୍ୟକ୍ଷ ଅବଗତ କରାଇଥିଲେ। ଏହି ବୈଠକରେ ଅନେକ ଛାତ୍ରଛାତ୍ରୀଙ୍କ ପିତା, ମାତା ତଥା ଆଇନଗତ ଅଭିଭାବକ ଉପସ୍ଥିତ ରହିଥିଲେ । ସଭାର ଆରମ୍ଭରେ ଅଧ୍ୟାପକ କେଶବ ଗୌଡ ଅଭିଭାବକ ମାନଙ୍କୁ ସ୍ବାଗତ ଜଣାଇଥିଲେ । ଅଭିଭାବକ ସମ୍ମିଳନୀର ଆୟୋଜନରେ ସମ୍ପୂର୍ଣ ସୋହଯୋଗ କରିଥିଲେ ଅଧ୍ୟାପକ କରମେନ୍ଦ୍ର ସାହୁ ଏବଂ ଅଧ୍ୟାପକ ହରେକୃଷ୍ଣ ପଣ୍ଡା, ଅଧ୍ୟାପକ ପ୍ରଦୀପ ଭଞ୍ଜ, ଅଧ୍ୟାପିକା ଅର୍ଚ୍ଚନା ପାଢ଼ୀ, ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଦୟାନିଧି ବାଙ୍ଗାରୀ , ବିନୟ କୁମାର ମାଝୀ, ସାରୁସ ପାଳକିୟା ,ଶ୍ରୀଧର ପାତ୍ର ଓ ପ୍ରମୋଦ ପାଣିଗ୍ରାହୀ ତଥା ମା ମର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ । ଏହି ସଭାର ଶେଷରେ ଓଡ଼ିଆ ଅଧ୍ୟାପକ କେଦାର ସାହୁକାର ସଭାସଂଗ କରିବା ସହ ଧନ୍ୟବାଦ୍ ଜଣାଇଥିଲେ ।