ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ନେଡିପଦର ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଯୁଗ୍ମ ସଚିବ ପ୍ରବୀର କୁମାର ଖିଲାର ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପଣ୍ଡିତ ଅଶୋକ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ କହଁର, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଫୁଲବାଣୀର ପ୍ରକଳ୍ପ ପ୍ରଶାସନିକ ନିରେଶ କୁମାର ଶବର, ବାଲିଗୁଡା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର, ଫିରିଙ୍ଗିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ହରିପ୍ରିୟା ମେହେର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଇପ୍ପିତା ଜେନା, ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ସରକାରୀ ମନ୍ତ୍ରୀ ମହେନ୍ଦ୍ର କୁମାର ମହନ୍ତ, କନିଷ୍ଠ ଯନ୍ତ୍ରୀ ଚୌଧୁରୀ ମାଝୀ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ତୁଷରେନ୍ଦ୍ର ନାୟକ, ବିଦ୍ୟାଳୟ ର ସଭାପତି ନବକିଶୋର କହଁର, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଭଲ ପ୍ରଦର୍ଶନ କରିଥିବା ଛାତ୍ରୀ ମାନଙ୍କୁ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।