ପରି ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା

0

ନୟାଗଡ(ରିପୋର୍ଟର୍ସ ଟୁଡେ) : ସୁପ୍ରିମକୋର୍ଟ ନୟାଗଡ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ତଦନ୍ତର ଶୁଣାଣିକୁ ଗୁରୁବାର ଘୁଞ୍ଚାଇ ଦେଇଛନ୍ତି । ଆବେଦନର ଶୁଣାଣି ମଙ୍ଗଳବାର ବିଚାଲପତି ଏଏମ ଖାନଓ୍ବାଲକର ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବାର ଥିଲା । କିନ୍ତୁ କୌଣସି କାରଣରୁ ଏହା ହୋଇ ନପାରିବା ସ୍ୱତ୍ତେ ଗୁରୁବାରକୁ ଘୁଞ୍ଚିଛି । ମା ସୌଦାମିନୀଙ୍କ ଆବେଦନ ଅନୁସାରେ ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ର ଅଭିଯୋଗ ହୋଇଥିଲା । ପରୀର ମାଙ୍କ ଅଭିଯୋଗ କ୍ରମେ ପରୀକ ହତ୍ୟାକରି ଅଙ୍ଗ ତସ୍କର ବାବୁଲି ନାୟକ ଦ୍ୱାରା କରାଯାଇଥିଲା । ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଓ ଏସଆଇଟି ଘଟଣାକୁ ବାଟବଣା କରିବାକୁ ଚେଷ୍ଟା କରିବା ସହ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ତେଣୁ ଏସଆଇଟି ତଦନ୍ତ ଉପରେ ଭରସା ନକରି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରମକୋର୍ଟରେ ଆବେଦନ ହୋଇଥିଲା ।