ବିବାହ ପାଇଁ ଉଦୟପୁରରେ ପହଞ୍ଚିଲେ  ପରିଣୀତି ଚେପ୍ରା ଓ ରାଘବ ଚଢା 

0

ପରିଣୀତି ଚେପ୍ରା ଓ ରାଘବ ଚଢା ବିବାହକୁ ଆଉ ଦୁଇ ଦିନ ବାକି ରହିଛି । ଆଜି ସକାଳୁ ଦୁହେଁ ପରିବାର ସହ ଉଦୟପୁରରେ ପହଞ୍ଚି ଛନ୍ତି । ସେମାନଙ୍କ ପହଞ୍ଚିବାର ଭିଡିଓ ଓ ଫଟୋ ସେସିଆଲ ମିଡିଆରେ ଦେଖିବାକୁ ମଳିଛି । ଯେଉଁଥିରେ ଦେଖିବାକୁ ମିଳୁଛି ରାଘବ ଚଢାନେଭି  ବ୍ଲୁ ରଙ୍ଗର ସ୍ୱେଟ୍‌ଶାର୍ଟ ପିନ୍ଧିଥିବା ପିନ୍ଧିଥିବା ବେଳେ ପରିଣୀତି ମେରୁନ୍ ରଙ୍ଗର ଜମ୍ପ୍ସୁଟ କ୍ୟାରି କରିଥିଲେ।

ବିବାହ ପୂର୍ବରୁ ଦୁହିଁଙ୍କ  ଲୁକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।  ସେମାନେ ଏୟାରପୋର୍ଟେରେ ପହଞ୍ଚିବା ପରେ ତାଙ୍କୁ ଢୋଲ ବାଜା ବଜାଇ ଗ୍ରାଣ୍ଡ ୱେଲକମ କରିଥିଲେ । ଆଉ ତା ସହ ବଡ ବ୍ୟାନରରେ ଲାଗାଇ ‘ଉଦୟପୁରରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କୁ ସ୍ୱାଗତ’ ଜଣାଇଥିଲେ ।

 ଅସନ୍ତା କାଲି ପରିଣୀତିଙ୍କ ଚୁଡା ସେରିମନିରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ୧୦ଟାରେ ଅଭିନେତ୍ରୀଙ୍କୁ ଚୁଡା ପିନ୍ଧାଯିବ। ସକାଳ ୧୦ଟାରୁ ଦ୍ୱିପ୍ରହର ୧ଟା ମଧ୍ୟରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଚୁଡା ସେରିମନି ମହାରାଜା ସ୍ୱିଟ୍‌ସରେ ହେବ।

ସେହିପରି ୨୪ ତାରିଖ ଦ୍ୱିପ୍ରହର ୧ଟାରେ ରାଘବ ଚଢ଼ାଙ୍କ ସେହରା ବନ୍ଧା ରୀତି କରାଯିବ। ଏହାପରେ ତାଜଲେକ ପ୍ୟାଲେସ୍‌ରୁ ଦ୍ୱିପ୍ରହର ୨ଟାରେ ବରଯାତ୍ରୀ ବାହାରିବେ। ଏହିଠାରୁ ବରଯାତ୍ରୀ ସିଧା ଲୀଲା ପ୍ୟାଲେସ୍‌ରେ ପହଞ୍ଚିବେ। ସେଠାରେ ଅପରାହ୍ନ ୩ଟା ୩୦ରେ ଜୟମାଲା, ୪ଟା ସାତଫେରା ଏବଂ ସନ୍ଧ୍ୟା ୬ଟା ୩୦ରେ ବିଦାୟୀ ହେବ। ରାତି ୮ଟା ୩୦ରେ କୋର୍ଟୟାର୍ଡରେ ଏକ ଛୋଟ ରିସେପ୍ସନ ପାର୍ଟି ରଖାଯାଇଛି।