ଏଇ ସନିବାର ନିର୍ବନ୍ଧ କରିବେ ପରିଣୀତି ଓ ରାଘବ
ନିର୍ବନ୍ଧ ଦିଲ୍ଲୀରେ ହେବ,ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ରହିଛି
ମୁମ୍ବାଇ: ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚେପ୍ରା । ଗତ କିଛି ଦିନ ହେଲାଣି ପରିଣୀତି ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଡେଟ କରୁଥିବା ରୁମଡ ସବୁଆଡେ ଚର୍ଚ୍ଚାର ବିଷୟ । ଗତ କିଛିଦିନ ହେବ ପରିଣୀତି ରାଘବଙ୍କୁ ଲଞ୍ଚ ଓ ଡିନର ଟାଇମରେ ଏକାଠି ଦେଖାଯାଇଛି । ପରିଣୀତିଙ୍କୁ ରାଘବ ଏୟାରପୋର୍ଟରୁ ରିସିଭ କରିବାକୁ ଭିଡିଓ ସେସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ସେମାନଙ୍କୁ କିଛି ଦିନ ଆଗରୁ ସେମାନଙ୍କୁ ଆଇପିଏଲରେ ଖେଳ ଦେଖିବାର ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ସେମାନଙ୍କ ନିର୍ବନ୍ଧ ଦିଲ୍ଲୀରେ ହେବ ବୋଲି ଶୁଣିବାକୁ ମିଳୁଛି। ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ରହିଛି। ତେବେ ସେ ଦୁହିଁଙ୍କ ବିବାହ ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ। ଆଶା କରାଯାଉଛି ଯେ ଏହି ବର୍ଷ ଶେଷ ସୁଦ୍ଧା ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି।