ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ୫୧,୦୦୦ ଗ୍ରାମରୁ ୬୨୭୮ ସଂଖ୍ୟକ ଗ୍ରାମରେ ମୋବାଇଲ୍ ନେଟୱର୍କ ପହଞ୍ଚି ପାରି ନାହିଁ। ଏହି ସବୁ ଗ୍ରାମର ଭୌଗଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ୧୦୦୦ ମୋବାଇଲ୍ ଟାୱାର ବସାଇବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ଟେଲିକମ୍ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ। ଏପରିସ୍ଥଳେ ମୋବାଇଲ୍ ସେବାରୁ ବଞ୍ଚିତ ହୋଇଥିବା ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଦାବି କରିଛନ୍ତି।