ଭୁବନେଶ୍ୱର: ଏପ୍ରିଲରୁ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ । ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରାଫ୍ଟକୁ ତର୍ଜମା କରି ସଂଶୋଧନ କରାଯିବ । ପରେ ମୋଡାଲିଟି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଯିବ । ରାଜସ୍ବ ହାନି ହେଉଥିବାରୁ ବିଭାଗ ପଦକ୍ଷେପ ନେଉଛି । ପ୍ଳଟିଙ୍ଗ ପାଇଁ ମଧ୍ୟ ନୂଆ ଗାଇଡଲାଇନ ଆସିବ । ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଏବଂ ଆନୁସାଙ୍ଗିକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧୟନ କରିବ ବିଭାଗ । ଯଦି ଆବଶ୍ୟକ ହେଲେ ଯୋଡ଼ିବୁ । ରେରା ଓଡିଏ ମଧ୍ୟ ଏହାକୁ ତର୍ଜମା କରିବ । ମାର୍ଚ୍ଚ ମାସ ସୁଦ୍ଧା ସଂଶୋଧନ ଏବଂ ସ୍ପଷ୍ଟୀକରଣ ଯାହା ଆବଶ୍ୟକତା ଅଛି ନୋଟିଫିକେସନ ହେବ । 5000 ସ୍କୋୟାର ଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ ।