ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକ ନିଲମ୍ବିତ l

0

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକ ନିଲମ୍ବିତ l  ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଗ୍ରାମ ରେ ଥିବା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକ ଙ୍କୁ ବିଦ୍ୟାଳୟ ର ପରିଚାଳନା କମିଟି ବିଭିନ୍ନ କାରଣ ରୁ ନିଲମ୍ବିତ କରିଥିବା କମିଟି ପ୍ରକାଶ କରିଛି l ପାର୍ବତୀ ଉଚ୍ଚ ବିଦ୍ୟାଳୟ ର କମିଟି କହିଛି ଦୀର୍ଘ ଦିନ ହେଲା ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିଶୃଙ୍ଖଳିତ ଆଚରଣ ମନଭାବ ଯୋଗୁଁ ବିଦ୍ୟାଳୟ ରେ ଅଶାନ୍ତି ପରିବେଶ ସୃଷ୍ଟି ହେଉଥିଲା l ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ କିଛି ଦିନ ତଳେ ନିର୍ଯାତନା ଦେଉଥିବା ର ତାଙ୍କ ଭାଇ ତିରିଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଯାହାକି ତିରିଙ୍ଗ ପୋଲିସ କେଶ ନମ୍ବର 21/19.02.2025ରେ ଏକ ମାମଲା ରୁଜୁ କରିଛି l ଏହା ବ୍ୟତୀତ ବିଦ୍ୟାଳୟର ଅନ୍ୟ ଆଦିବାସୀ ଛାତ୍ରୀମାନେ ବିଦ୍ୟାଳୟକୁ ଲିଖିତ ଆକାରରେ ସେମାନଙ୍କୁ ଜାତିଆଣ ଭେଦଭାବ ସୃଷ୍ଟି କରି ନିର୍ଯାତନା ଦେଉଥିବା ର ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକ ଙ୍କ ନାଁରେ l ଏହାକୁ ନେଇ ଛାତ୍ରୀ ମାନଙ୍କ ଅଭିଭାବକ ଏହି ଅଭିଯୋଗକୁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ମେଲ ଜରିଆରେ ପଠାଇଥିବା ପ୍ରକାଶ କରିଛନ୍ତି ପାର୍ବତୀ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି l