ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ ଓଲଟି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ବସରେ ପାଖାପାଖି ୫୦ରୁ ଅଧିକ ଲୋକ ଯାତ୍ରାକରୁଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ଜିଲ୍ଲାର କାଲିଧର ଅଞ୍ଚଳରେ ଏହି ବସ ଦୁର୍ଘଟଣା ଘଟିଛି । ବସଟି ୧୫୦ ଫୁଟ ତଳକୁ ଖସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।ବସଟି ଶ୍ରଦ୍ଧାଳୁମାନଙ୍କୁ ନେଇ ଶିବଖୋଡା ଅଭିମୁଖେ ଯାଉଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଉଦ୍ଧାର କାର୍ୟ୍ୟ ଜାରି ରହିବା ସହିତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏହି ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି ।