ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିବାବେଳେ ମଝି ଆକାଶରେ ଏମରଜେନ୍ସି ଡୋର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ

0

ବ୍ୟୁରୋ : ମଝି ଆକାଶରେ ବିମାନର ଏମରଜେନ୍ସି ଡୋର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ । ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିବାବେଳେ ମଝି ଆକାଶରେ ଜଣେ ପୁରୁଷ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସେପ୍ଟମ୍ବର ୧୯ ତାରିଖରେ ଘଟିଛି ଏପରି ଘଟଣା । ଡୋର ଖୋଲିବାକୁ ଉଦ୍ୟମ କରିବାରୁ ତତ୍କ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଦେଲେ ବିମାନ କର୍ମଚାରୀ। ଏପରି କାଣ୍ଡ ଘଟାଇଥିବା ବିମାନ ଯାତ୍ରୀଙ୍କ ନାମ ମଣିକନ୍ଦନ ବୋଲି ଜଣାଯାଇଛି। ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ସିଆଇଏସଏଫ ଜିମା ଦିଆଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏନେଇ ସିଆଇଏସଏଫ ରେ ଅଭିଯୋଗ କରାଯାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇଛି ସିଆଇଏସଏଫ । ତେବେ ଉଡ଼ାଣର ସୁରକ୍ଷା କୌଣସି ସମୟରେ ବିପର୍ୟ୍ୟସ୍ତ ହୋଇ ନଥିବା ଜଣାପଡିଛି ।