ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

0

ଚିଲିକା : ଚିଲିକା ମଝିରେ ଫସିଲା ଡଙ୍ଗା । ଡଙ୍ଗାଟ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତୃଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି । ଏହି ଡଙ୍ଗା ୬୦ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୪୦ ରୁ ଅଧିକ ଗାଡି ମୋଟର ଥିବା ସୂଚନା ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଥିଲା ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଫସିଯାଇଥିଲା । ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ଡଙ୍ଗା । ଡଙ୍ଗାରେ ୧୦ଟି ବାଇକ୍ ଓ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଥିଲା । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଅଧିନସ୍ଥ ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିବା ବେଳେ ଚିଲିକା କୂଳରୁ ମାତ୍ର ୨୦୦ ମିଟର ଦୂରରେ ଅଟକିଥିଲା ଏହି ଯାତ୍ରୀବାହୀ ଡଙ୍ଗା ।  ଅନ୍ୟ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।