ଚିଲିକା ମଝିରେ ଫସିଲା ଡଙ୍ଗା । କୃଷ୍ଣପ୍ରସାଦ ଚିଲିକା ମଝିରେ ଫସିଲା ଡଙ୍ଗା । ଡଙ୍ଗାରେ ୫୦ ରୁ ଅଧିକ ଯାତ୍ରୀ ରହିଥିବା ସୂଚନା । ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ମହିଷାକୁଦରେ ଅଟକି ଯାଇଥିଲା ।
ଯାତ୍ରୀଙ୍କ ସହ ଡଙ୍ଗାରେ ରହିଛି ପାଖାପାଖି ୨୦ଟି ବାଇକ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛି ଡଙ୍ଗା । ଉଦ୍ଧାର ପାଇଁ ଯାତ୍ରୀ କରୁଛନ୍ତି ନିବେଦନ ।