ଡାକ୍ତରଙ୍କ ଅନଶନ: ବଳି ପଡୁଛନ୍ତି ରୋଗୀ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏନଏମସି ବିରୋଧରେ ଡାକ୍ତରଙ୍କ ଅନଶନ ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟ ସେବା ଠପ ହୋଇଯାଇଛି । ଡାକ୍ତରଙ୍କ ଅନଶନ ଫଳରେ ଚଣ୍ଡୀଗଡ଼ରେ ୩୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।
ଡାକ୍ତରଙ୍କ ଅନଶନ କାରଣରୁ ଚଣ୍ଡିଗଡରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ଗୋଟିଏ ପରେ ଗୋଟିଏ ହୋଇ ପ୍ରତିଦିନ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ମୃତ୍ୟୁସଂଖ୍ୟା ୩୪ରେ ପହଂଚିଲାଣି । ଏହି ମୃତକଙ୍କ ମଧ୍ୟରେ ଦୁର୍ଘଟଣା ଜନିତ ଗୁରୁତର ଆହତ ହୋଇଥିବା ୪ ଜଣ ବ୍ୟକ୍ତି ରହିଛନ୍ତି । ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ଆନ୍ଦୋଳନ ଫଳରେ ଚିକିତ୍ସା କରିବାକୁ କେହି ଆସିନଥିଲେ । ଡାକ୍ତରମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ଘୋଷଣା କରିଥିବା ବେଳେ ଗତକାଲି ମେଡିକାଲ ରୋଜିଷ୍ଟ୍ରାର ଘୋଷଣା କରିଥିଲେ କି ଆନ୍ଦୋଳନରୁ ଓହରି ଡାକ୍ତରମାନେ ତୁରନ୍ତ ଡ୍ୟୁଟିରେ ଯୋଗ ନ ଦେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।