ପାତ୍ରପଡା ମୋ ବସ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ

0

ଭୁବନେଶ୍ୱର: ଝିଅ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ମା’ । ପାତ୍ରପଡା ମୋ ବସ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟଇଛି । ତେବେ ମୃତକଙ୍କ ଘର ଫୁଲବାଣୀ ବୋଲି ଜଣାପଡିଥିବା ବେଳେ ସେମାନେ ଭୁବନେଶ୍ୱରେ ରହିଥିଲେ ।


ସୂଚନା ଅନୁଯାୟୀ , ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା । ମାଆ ଓ ଝିଅ ସ୍କୁଟିରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝଅର ମୃତ୍ୟୁ ହୋଇଥିଲା। ମାଆଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। କଳିଙ୍ଗ ନଗର ଡିପୋକୁ ବସ୍ ଟି ଯିବାବେଳେ ଦୁର୍ଘଟଣା ଘଟିଥିଲା ।