ବ୍ୟୁରୋ: ପୱନ କଲ୍ୟାଣଙ୍କ ବଡ ଘୋଷଣା । ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଆଜି ଘୋଷଣା କରିଛନ୍ତି ଯେ ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ସକ୍ରିୟ ଥିବା ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ମେଣ୍ଟ କରିବ। ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରାଯିବା ପରଠାରୁ ପୱନ କଲ୍ୟାଣ ରାଜ୍ୟର ୱାଇଏସଆର ଜଗନମୋହନ ରେଡ୍ଡୀ ସରକାରଙ୍କ ଉପରେ ଖପ୍ପା ଅଛନ୍ତି । ଏଥି ସହିତ ଦଳ ସୀମିତ ଆସନରେ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ବିଷୟରେ ପୱନ କଲ୍ୟାଣ କହିଛନ୍ତି ଯେ ତେଲେଙ୍ଗାନାର କମ୍ ଆସନରେ ରାଜ୍ୟ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି । ତେଣୁ ଏହି ନିଷ୍ପତ୍ତି ନିଆଯାଇଛି । ପୱନ କଲ୍ୟାଣ କହିଛନ୍ତି ତାଙ୍କ ଦଳ ୭ ରୁ ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ରାଜ୍ୟର ଗୋଟିଏ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ଚର୍ଚ୍ଚା ହେଉଛି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କ୍ଷମତାକୁ ଫେରିବାକୁ ବିଜେପି ଏବେ ପୱନ କଲ୍ୟାଣ ଓ ଟିଡ଼ିପି ସହ ମିଶି ନିର୍ବାଚନ ଲଢ଼ିପାରେ ।