ଭୁବନେଶ୍ୱର: ପିସିସି ସଭାପତିଙ୍କୁ କାଳିମାଡ । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଯୁବକଙ୍କ କାଳିମାଡ । କିଛି ଯୁବକ ମୁହଁରେ ମାସ୍କ ଲଗାଇ କାଳିମାଡ କରିଥିବା ଜଣାପଡିଛି । ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପିସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଏଏହି ଘଟଣାକୁ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ‘ଏହା ମୋ ପାଇଁ ନୂଆ ନୁହେଁ , ଏମିତି କଲେ ମୁଁ ଦବିଯିବିନି । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା , ପଥର ମାଡ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । ଏହା ମଧ୍ୟ କହିଛନ୍ତି କଂଗ୍ରେସ ଉତଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି , ଯାଇଛନ୍ତି । ସେସବୁ ଖାତିର କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ ପଟ୍ଟନାୟକ କହିଛନ୍ତି । ନିର୍ବାଚନ ପରିଚାଳନାରେ ଅସନ୍ତୋଷ ବ୍ୟକ୍ତ କରି କାଳିମାଡ ହୋଇଥିବା ସୂଚନା ମିଳିଛି ।