ଚାନ୍ଦବାଲି/ବିଜୟ ମହାଳିକ : ଚାନ୍ଦବାଲି ଅଞ୍ଚଳର ଯୁବ ମାନସର ପ୍ରତୀକ ତଥା କଂଗ୍ରେସ ପିଶିଶିର ସାଧାରଣ ସମ୍ପାଦକ ସତ୍ୟାନନ୍ଦ ରାଉତଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ପିଲାଟି ଦିନରୁ ସେ ଲୋକଙ୍କ ସେବା କରିବାକୁ ଭଲ ପାଉଥିଲେ ଏବଂ ଆଜି ମଧ୍ୟ ସେହି ସମାଜ ମଙ୍ଗଳ କାର୍ଯ୍ୟରେ ସେ ନିଜକୁ ସମର୍ପି ଦେଇଛନ୍ତି ଲୋକଙ୍କ ସୁବିଧା ଅସୁବିଧା ବେଳେ ସେମାନଙ୍କ ପାଖରେ ସେ ଛିଡ଼ା ହୋଇଛନ୍ତି ଯେଉଁଥି ପାଇଁ ଆଜି ଲୋକଙ୍କ ହୃଦୟରେ ରହିଛନ୍ତି ସତ୍ୟାନନ୍ଦ । ସବୁବେଳେ କିଛି ନୂଆ କରିବାର ଆଶା ରଖି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ସତ୍ୟାନନ୍ଦ ଆଜି ମଧ୍ୟ ଜଣେ ଚାଷୀଙ୍କୁ ଶ୍ରମ ଦାନ କରି ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ।
ଚାନ୍ଦବାଲି ବ୍ଲକ ବାରାକୁଲ୍ଲା ଗ୍ରାମର ଗରିବ ଚାଷୀ ଦେବେନ୍ଦ୍ର ଜେନା ଋଣ କରି ଚାଷ କରିଥିଲେ, ଏବେ ନିଜ ଧାନ କ୍ଷେତ ଅମଳ ପାଇଁ ଅର୍ଥ ବାଧକ ସାଜି ଥିବାରୁ ସେ ସମାଜସେବି ତଥା କଂଗ୍ରେସ ଦଳର ନିର୍ବାଚନମଣ୍ଡଳୀ ନେତା ସତ୍ୟାନନ୍ଦ ରାଉତଙ୍କ ନିକଟରେ ଗୁହାରୀ କରିଥିଲେ । ତେବେ ଆଜି କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ତାଙ୍କର କର୍ମୀ ମାନଙ୍କୁ ନେଇ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଧାନ କ୍ଷେତରେ ପହଞ୍ଚି ନିଜେ ଧାନ କାଟିବା ସହ କର୍ମୀଙ୍କ ପାଇଁ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ତାଙ୍କର ଏଭଳୀ ମହାନ କାର୍ଯ୍ୟକୁ ଅଞ୍ଚଳବାସି ପ୍ରଶଂସା କରିବା ସହିତ ଆଗାମୀ ୨୦୨୪ ନିର୍ବାଚନରେ ସତ୍ୟାନନ୍ଦ ଭଳି ଜଣେ ପରଉପକାରି ଜନ ପ୍ରତିନଦି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।