(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ରର ଘୋଷଣା ପରେ ଜାମ୍ମୁ-କାଶ୍ମୀରର ପିଡିପି ଦଳର ଦୁଇ ସାଂସଦ ଜୋରାଦାର ବିରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ କହିବା ସହ ପିଡିପି ସାଂସଦ ମୀର ଫୟାଜ ଓ ନଜିର ଅହମ୍ମଦ ଲୱେ ସମ୍ବିଧାନକୁ ଗୃହ ମଧ୍ୟରେ ଚିରି ଦେଇଥିଲେ। ସମ୍ବିଧାନିକୁ ଅପମାନିତ କରିଥିବାରୁ ଦୁଇ ସାଂସଦଙ୍କୁ ମାର୍ଶଲ ଡାକି ଶ୍ରୀ ନାଇଡୁ ଗୃହରୁ ବିଦା କରିଦେଇଥିଲେ।
ଏହି ଦୁଇ ସାଂସଦ ସଂସଦ ବାହାରେ କଳାପଟି ବାନ୍ଧି ବିରୋଧ ଜାରି ରଖିଥିଲେ। ଖାଲି ସେତିକି ନୁହେଁ, ଫୟାଜ ରାଗରେ ନିଜର କୁର୍ତ୍ତାକୁ ମଧ୍ୟ ଚରି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଏହି ମାମଲାରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ପିଡିପିର ଦୁଇ ସାଂସଦଙ୍କ ଏଭଳି ଆଚରଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଆଜାଦ କହିଛନ୍ତି, “ମୁଁ ପିଡିପି ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରୁଛି। ସମ୍ବିଧାନର ସୁରକ୍ଷା ଆମ କର୍ତ୍ତବ୍ୟ ହେବା ଆବଶ୍ୟକ ।