ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ରିପୋର୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷାର ଆଳ ଦେଖାଇ ଦେଇ ତଥ୍ୟ ସାର୍ବଜନୀନ ବିରୋଧରେ ମତ ରଖିଛନ୍ତି । କିନ୍ତୁ ସତ୍ୟପାଠ ଜରିଆରେ ଲୋକଙ୍କ ଆଗରେ ତଥ୍ୟ ସାର୍ବଜନୀନ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ସୁପ୍ରିମକୋର୍ଟ ଯୁକ୍ତିକୁ ଶୁଣିବା ପରେ ପେଗାସସ୍ ବିବାଦ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଲୋକଙ୍କ ଫୋନକୁ ହ୍ୟାକ କରି ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଜବାବ କେନ୍ଦ୍ର ସରକାର ଦେବେ। ଏହାପରେ ସୁପ୍ରିମକୋର୍ଟ ତଦନ୍ତ ପାଇଁ କୌଣସି କମିଟି ଗଠନ କରାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବେ।
ସ୍ରାଏଲର ଏହି ସଂସ୍ଥାକୁ ବ୍ୟବହାର କରି ବିଶ୍ୱରେ ଅନେକ ଦେଶର ସରକାର ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଆସୁଛି । ବିଶେଷ କରି ସରକାର ବିରୋଧୀ ସ୍ୱରଗୁଡିକୁ ଟାର୍ଗେଟ କରାଯାଉଥିବା କୁହାଯାଉଛି । ସାମ୍ବାଦିକ, ସାମାଜିକ କର୍ମୀ ଓ ବିରୋଧୀ ଦଳର ନେତାମାନଙ୍କ ଫୋନକୁ ହ୍ୟାକ କରି ତଥ୍ୟ ଚୋରୀ ହେଉଥିବା ଅଭିଯୋଗ ପରେ ଟାର୍ଗେଟକୁ ଚାଲିଆସିଛନ୍ତି ମୋଦୀ ସରକାର ।