ନୂଆଦିଲ୍ଲୀ: ପେଗାସସ୍ ଘୋଟାଲାରେ ସୁପ୍ରିମ କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଶୁଣାଣି କାଳରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ ବି ରମନା କହିଛନ୍ତି ଯେ, ବିତର୍କ କେବଳ କୋର୍ଟରେ ହେବା ଆବଶ୍ୟକ, ନା କି ସୋସିଆଲ ମିଡିଆରେ । ପେଗାସସ ଗୁଇନ୍ଦା ମାମଲାରେ ଏସଆଇଟି ଯାଞ୍ଚ କରିବାକୁ ଦାୟର ଯାଚିକା ଉପରେ ମଙ୍ଗଳବାର ସୁପ୍ରିମ କୋର୍ଟ ଶୁଣାଣି କରି ହୋଇଛି । ଦଶଟି ଯାଚିକା ଉପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଜଷ୍ଟିସ ରମଣା ଯାଚିକାକର୍ତ୍ତ।।ଙ୍କୁ କହିଛନ୍ତି,ସତ୍ୟପାଠ ମାଧ୍ୟମରେ ନିଜର ମତ ଦିଅନ୍ତୁ, ଆମେ ଆପଣଙ୍କୁ ସମ୍ମାନ କରୁଛୁ । କିନ୍ତୁ ଯେଉଁ ତର୍କ ହେବ ତାହା କୋର୍ଟ ରୁମ ମଧ୍ୟରେ ହେଉ । ସୋସିଆଲ ମିଡିଆରେ ସମାନ୍ତର ବିତର୍କ ନ ହେଉ । ଏହି ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୧୬ ତାରିଖରେ ହେବ ।
ସିଜେଆଇ କହିଛନ୍ତି, ଯାଚିକାକର୍ତ୍ତା ମିଡିଆରେ ବୟାନବାଜି କରୁଛନ୍ତି । କିନ୍ତୁ ଆମେ ଚାହୁଁଛୁ ସମସ୍ତ ବିତର୍କ କୋର୍ଟ ମଧ୍ୟରେ ହେଉ । ଯଦି ଯାଚିକାକର୍ତ୍ତା ସୋସିଆଲ ମିଡିଆରେ ବିତର୍କ କରିବାକୁ ଚାହୁଁଛନ୍ତି, ତେବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ଯଦି କୋର୍ଟକୁ ଆସୁଛନ୍ତି ତେବେ କୋର୍ଟରେ ବିତର୍କ କରିବା ଆବଶ୍ୟକ । ସେମାନଙ୍କୁ କୋର୍ଟ ଉପରେ ବିଶ୍ୱାସ ରଖିବା ଦରକାର । ଯାହାବି କହିବାକୁ ଅଛି କୋର୍ଟରେ କୁହନ୍ତୁ । ଏକ ସମାନ୍ତରାଳ ବିତର୍କ ସୋସିଆଲ ମିଡିଆରେ ଜରୁରୁ ନୁହେଁ । କପିଲ ସିବଲ ମୁଖ୍ୟ ବିଚାରପତିଙ୍କ ଏହି ବୟାନରେ ସହମତି ପ୍ରକାଶ କରିଛନ୍ତି ।