ବଜେଟ: ଉଠା, ଛୋଟ ଦୋକାନୀଙ୍କୁ ପେନସନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛୋଟ ଓ ଉଠା ଦୋକାନୀଙ୍କୁ ଗୁରୁତ୍ୱ ଦେଇଛନ୍ତି । ବଜେଟରେ ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ବ୍ୟବସ୍ଥା କରିଛନ୍ତି ସୀତାରମଣ। ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ପେନସନ ଯୋଗାଇ ଦିଆଯିବ। ସେହିପରି ଏମଏସ୍‌ଏମ୍‌ଏଇ ପାଇଁ ୧ କୋଟି ଟଙ୍କାର ଋଣ ମାତ୍ର ୫୯ ମିନିଟରେ ମଞ୍ଜୁର କରାଯିବ।