ବ୍ରହ୍ମପୁର: ଭିଜିଲାନ୍ସ ସରକାରୀ ଟଙ୍କାକୁ କ୍ରିକେଟ ଏବଂ ଗେମିଂ ଆପ ରେ ଲଗାଇ ବନ୍ଧା ହେଲେ ସାନଖେମୁଣ୍ଡି ବ୍ଲକ ରାଧାଦେଇ ପୁର ପଞ୍ଚାୟତ PEO କ୍ଷେତ୍ରମୋହନ ନାୟକ । ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ବିଭିନ୍ନ ଯୋଜନା ପାଇଁ ଆସିଥିବା ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ବେଟିଂରେ ଲଗାଇଥିଲେ ପିଇଓ କ୍ଷେତ୍ରମୋହନ ନାୟକ।
ମିଳିଥିବା ସୂଚନା ଅନୁସାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ କମଦିନରେ କୋଟିପତି ହେବା ନିଶା ଲାଗିଥିଲା। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା। କମଦିନରେ କୋଟିପତି ହେବା ପାଇଁ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତ ସରକାରୀ ଟଙ୍କାକୁ ଉଠାଇ ଗେମିଂ ଆପ୍ରେ ଲଗାଇଥିଲେ। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ର ମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ସହ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ନେବା ସହ ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।