ରାଇରଙ୍ଗପୁର-: ଗୋରୁମହିଷାଣୀ ରାସ୍ତାର ୧/୫୦କି.ମି. ଠାରୁ ୧୫/୩୫୦କି.ମି. ପର୍ଯ୍ୟନ୍ତ ରାଜ୍ୟ ଯୋଜନା ଅନୁଦାନରୁ ଉନ୍ନତି କରଣ କାର୍ଯ୍ୟ ଅନ୍ତର୍ଗତ ଏହି ରାସ୍ତାଟି ଜାତୀୟ ରାଜପଥ (ବିଜୟୱାଡା ରାଞ୍ଚି କରିଡର) ନଂ ୨୨୦ରୁ ବାହାରି ଗୋରୁମହିଷାଣୀ ରେଳ ଷ୍ଟେସନକୁ ଯୋଗା ଯୋଗ କରୁ ଅଛି । ଉକ୍ତ ରାସ୍ତାଟିର ଉନ୍ନତି କରଣ ଦ୍ୱାରା ଦୈନିକ ଶହ ଶହ ଲୁହାପଥର ବୋଝେଇ ଟ୍ରକ ସୁଦୁର ଝାରଖଣ୍ଡ, ଛତିଶଗଡ ରାଜ୍ୟରୁ ରପ୍ତାନି କରାଯାଉଅଛି । ଏହି ରାସ୍ତାର ସଂପ୍ରସାରଣ ଓ ଦୃଢୀ କରଣ ଦ୍ୱାରା ଦୁଇ ଗୋଟି ବ୍ଲକ ଅନ୍ତର୍ଗତ ବହୁ ଗ୍ରାମ ପଞ୍ଚାୟତର ପ୍ରାୟ ୧,୭୬,୦୦୦ଲୋକ ଉପକୃତ ହେଉଛନ୍ତି ।
ସେହିପରି କରଞ୍ଜିଆ ଠାରୁ ଖିଚିଂ ପର୍ଯ୍ୟନ୍ତ ରାସ୍ତାର ୨/୩୫୦କି.ମି. ଠାରୁ ୨୫/୮୪୦ କି.ମି. ପର୍ଯ୍ୟନ୍ତ ରାସ୍ତାର ରାଜ୍ୟ ଯୋଜନା ଅନୁଦାନରୁ ଉନ୍ନତି କରଣ କାର୍ଯ୍ୟ ଅନ୍ତର୍ଗତ ରାସ୍ତାଟି କରଞ୍ଜିଆ ମ୍ୟୁନିସିପାଲିଟି, ଜାତୀୟ ରାଜପଥ-୪୯ ଓ ମା’ କିଚ଼କେଶ୍ୱରୀ ମନ୍ଦିର ଖିଚିଂକୁ ସଂଯୋଗ କରୁଅଛି । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି । ଦୈନିକ ଶହ ଶହ ମାଲ ବୋଝେଇ ଟ୍ରକ ଓ ଯାତ୍ରୀ ବାହି ବସ ଏହି ରାସ୍ତାକୁ ବ୍ୟବହାର କରି କେନ୍ଦୁଝର, ବାରିପଦା, ଟାଟା ନଗର ଆଦି ବଡ ବଡ ସହରକୁ ଯିବା ଆସିବା କରନ୍ତି । ଏହି ରାସ୍ତାର ସଂପ୍ରସାରଣ ଓ ଦୃଢୀ କରଣ ଦ୍ୱାରା ତିନିଗୋଟି ବ୍ଲକର ବହୁ ଗ୍ରାମ ପଞ୍ଚାୟତର ପ୍ରାୟ ୧,୧୦,୬୦୦ଅଧିବାସୀ ସିଧାସଳଖ ଉପକୃତ ହେଉଛନ୍ତି ।
ସେହିପରି ରରୁଆଁ– ଫଗୁ– ଭାୟା ଘାଗରବେଡା ରାସ୍ତାର ୦/୦୦ କି.ମି. ଠାରୁ ୨୫/୦୦ କି.ମି. ପର୍ଯ୍ୟନ୍ତ କେନ୍ଦ୍ର ରାସ୍ତା ପାଣ୍ଠିରୁ (ସି.ଆର.ଏଫ.) ସଂପ୍ରସାରଣ ଓ ଦୃଢିକରଣ ରାସ୍ତାଟି ରାଇରଙ୍ଗପୁର ପୂର୍ତ୍ତ ବିଭାଜନ ଅନ୍ତର୍ଗତ ବିଶୋଇ ପୂର୍ତ୍ତ ଉପବିଭାଜନ ଅଧିନରେ ନିର୍ମାଣ ହୋଇଅଛି । ଏହି ରାସ୍ତାଟି ଏକ ଆନ୍ତଃ ରାଜ୍ୟ ତଥା ଆନ୍ତଃ ଜିଲା ରାସ୍ତା ଅଟେ ଯାହାକି ଯଥାକ୍ରମେ ଝାଡଖଣ୍ଡ ରାଜ୍ୟ ଓ କେନ୍ଦୁଝର ଜିଲାକୁ ସଂଯୋଗ କରୁ୍ଅଛି । ଏହି ରାସ୍ତାର ସଂପ୍ରସାରଣ ଓ ଦୃଢୀ କରଣ ହେବା ଦ୍ୱାରା ଚାରି ଗୋଟି ବ୍ଲକର ବହୁ ଗ୍ରାମ ପଞ୍ଚାୟତର ପ୍ରାୟ ପ୍ରାୟ ୧,୩୦,୫୪୭ ଜଣ ଲୋକ ସିଧାସଳଖ ଉପକୃତ ହେଉଛନ୍ତି ।